Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶରେ ଖୋଲିଲା ପ୍ରଥମ ଆପଲ୍‌ ‌‌ଷ୍ଟୋର୍‌

ମୁମ୍ବାଇ: ମୁମ୍ବାଇରେ ଖୋଲିଲା ଦେଶର ପ୍ରଥମ ଆପଲ୍‌ ଷ୍ଟୋର୍‌। ଆପଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟିମ୍ କୁକ୍ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଦେଶର ପ୍ରଥମ ଆପଲ୍‌ ଷ୍ଟୋର୍ ଲଞ୍ଚ କରିଛନ୍ତି। ମୁମ୍ବାଇ ବାନ୍ଦ୍ରାର କୁର୍ଲା କମ୍ପ୍ଲେକ୍ସରେ ଆଜି ଭାରତର ପ୍ରଥମ ଆପଲ ଷ୍ଟୋର ଖୋଲିଛି। 

ଗୁରୁବାର ରାଜଧାନୀ ଦିଲ୍ଲୀରେ ଦ୍ୱିତୀୟ ଷ୍ଟୋର୍‌ର ଉଦଘାଟନୀ ଉତ୍ସବରେ ମଧ୍ୟ କୁକ୍ ଯୋଗଦେବେ। ମୁମ୍ବାଇରେ ଷ୍ଟୋର ଶୁଭାରମ୍ଭ ପରେ କର୍ମଚାରୀମାନେ ସେଲିବ୍ରେସନ କରିଥିଲେ। ବାନ୍ଦ୍ରାରେ ଆପଲ ଷ୍ଟୋରରେ ଗ୍ରାହକଙ୍କୁ ସ୍ବାଗତ କରିବାକୁ ଆମେ ଅପେକ୍ଷାରତ ବୋଲି ସିଇଓ ଟୁଇଟ କରି କହିଛନ୍ତି । ଆସନ୍ତା ଗୁରୁବାର ଦିଲ୍ଲୀରେ ଆପଲ ଷ୍ଟୋର ଶୁଭାରମ୍ଭ ହେବ।

ରିପୋର୍ଟ ଅନୁଯାୟୀ ଭାରତର ବିଭିନ୍ନ ସ୍ଥାନରୁ ଲୋକମାନେ ମୁମ୍ବାଇକୁ ଉଦଘାଟନୀ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିଲେ, ଯେଉଁଥିରେ ସ୍ଥାନୀୟ ସଂଗୀତ ଏବଂ ଲୋକ ନୃତ୍ୟ ପରିବେଷଣ ମଧ୍ୟ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ