Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣ୍ଡି ରୁ ଧାନ ଉଠାଣ ରେ ବିଳମ୍ବ ଅଭିଯୋଗ ନେଇ ଉପ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ଚାଷି।

କୋକସରା:୦୭/୦୬
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡ଼ ଟେମରି ପଞ୍ଚାୟତ ର ଚାଷି ମାନେ ରବି ଧାନ ବିକ୍ରି ପାଇଁ ସାନ ଟେମରି ମଣ୍ଡି ଉପରେ ନିର୍ଭରଶୀଳ ରହୁଥିବା ବେଳେ ଏହି ମଣ୍ଡି ରେ ଧାନ କ୍ରୟ ରେ ଅହେତୁକ ବିଳମ୍ବ କରୁଥିବାରୁ ଶୁକ୍ରବାର ବଡ଼ ଟେମରି ଗ୍ରାମ ର ଅନେକ ଚାଷି ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ମଣ୍ଡି ରେ ମନ୍ଥର ଗତି ରେ ଧାନ କ୍ରୟ କରୁଥିବା ନେଇ ଅଭିଯୋଗ କରିଛନ୍ତି। ସୂଚନା ମତେ ସାନ ଟେମରି ମଣ୍ଡି ରେ ମା ଧନ ମାଉଳି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଦ୍ୱାରା ଧାନ କ୍ରୟ କରା ଯାଉଥିବା ବେଳେ ଆଜିକୁ ଏକ ସପ୍ତାହ ରୁ ଅଧିକ ହେଲାଣି ଚାଷି ଙ୍କ ଧାନ ଧାର୍ଯ୍ୟ ତାରିଖରେ କ୍ରୟ ହେଉନାହିଁ। ଗତ ୫ ତାରିଖରେ କାଳବୈଶାଖୀ ପ୍ରଭାବ ରେ ବର୍ଷା ଯୋଗୁଁ ମଣ୍ଡି ରେ ଥିବା ଅନେକ ଚାଷି ଙ୍କ ଧାନ ଭିଜି ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି।ଧାନ କ୍ରୟ ଦାୟିତ୍ୱ ରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ କର୍ମଚାରୀ ମାନେ ଟାର୍ଗେଟ ନଥିବା ଦର୍ଶାଇ ଧାନ କ୍ରୟ କରୁ ନଥିବା ମଧ୍ୟ ଚାଷି ଅଭିଯୋଗ କରିଛନ୍ତି। ଏଣୁ ମଣ୍ଡି ର ସୁ ପରିଚାଳନା ଓ ଧାନ କ୍ରୟ ତ୍ୱରାନ୍ୱିତ କରିବାକୁ ଶୁକ୍ରବାର ଚାଷି ଡମ୍ବରୁ ଧର ବାଗ, ରାକେଶ ମାଝୀ, କୈଳାଶ ଚନ୍ଦ୍ର ମାଝୀ, କପିଳ ମାଝୀ,ଦିବାକର ରଣା, ବିରଞ୍ଚି ପାନ,ହେମନ୍ତ ମାଝୀ, ସୁରଥ ସିଂ,ଦିଗାମ୍ବର ମାଝୀ, ଚିତରୁ ମାଝୀ ସମେତ ଅନ୍ୟ ଚାଷି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଅଭିଯୋଗ ଆଣିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ