Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣ୍ଡିଆନ୍‌ଙ୍କୁ କ୍ଲିନ୍‌ଚିଟ୍ ଦେଲେ ନବୀନ

ରାଜ୍ୟରେ ବିଜେଡିର ପରାଜୟ ପରେ ଭିକେ ପାଣ୍ଡିଆନ୍‌ଙ୍କୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ସେ ପାଣ୍ଡିଆନ୍‌ଙ୍କୁ କ୍ଲିନ୍‌ଚିଟ୍  ଦେଇଛନ୍ତି। ସେ କହିଛନ୍ତି ପାଣ୍ଡିଆନ୍‌ଙ୍କୁ ନେଇ ଚାଲିଥିବା ସମାଲୋଚନାକୁ ମୁଁ ନିନ୍ଦା କରୁଛି ।

ରାଜ୍ୟରେ ବିଜେଡିର ବିପର୍ଯ୍ୟୟ ଲାଗି ପାଣ୍ଡିଆନ୍‌ଙ୍କୁ  ହିଁ ଦାୟୀ କରାଯାଉଛି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ୨୪ ବର୍ଷର ସ୍ୱଚ୍ଛ ଶାସନ ସତ୍ତ୍ୱେ ଚଳିତ ନିର୍ବାଚନରେ ସେ ହାରିବାର ମୁଖ୍ୟ କାରଣ ପାଣ୍ଡିଆନ୍ ବୋଲି କୁହାଯାଉଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଦଳ ମଧ୍ୟରେ ବହୁ ନେତା ମଧ୍ୟ ପାଣ୍ଡିଆନଙ୍କୁ ଦାୟୀ କରୁଛନ୍ତି । ତେବେ  ଏ ନେଇ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି । ସେ ପାଣ୍ଡିଆନ୍‌ଙ୍କୁ  କ୍ଲିନ୍‌ଚିଟ୍ ଦେଇଛନ୍ତି ଓ ସମାଲୋଚକମାନଙ୍କୁ ନିନ୍ଦା କରିଛନ୍ତି ।

ଏହା ସହ ନବୀନ କହିଛନ୍ତି ପାଣ୍ଡିଆନ୍ କୌଣସି ପଦବୀରେ ନାହାନ୍ତି କି ନିର୍ବାଚନ ଲଢି ନାହାନ୍ତି ।  ପରାଜୟକୁ ମୁଁ ସ୍ୱୀକାର କରିବା ସହ ରାଜ୍ୟବାସୀଙ୍କ ସେବା ଜାରି ରଖିବି ।  ରାଜ୍ୟବାସୀ ମତେ ବାରମ୍ବାର ମୁଖ୍ୟମନ୍ତ୍ରୀ କରିଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ଏହା ସହିତ ସେ ପୁଣି କହିଛନ୍ତି ମୋ ଉତ୍ତରାଧିକାରୀ ରାଜ୍ୟବାସୀ ସ୍ଥିର କରିବେ । ପାଣ୍ଡିଆନ୍ ମୋ  ଉତ୍ତରାଧିକାରୀ ନୁହଁନ୍ତି।