Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରାଘାତ ରେ ଟ୍ରାନ୍ସଫର୍ମର ଅଚଳ, ୮ ଦିନ ହେବ ଅନ୍ଧାରରେ ଗ୍ରାମବାସୀ।

କୋକସରା:୦୮/୦୬(ସନତ ପ୍ରଧାନୀ)
ଗତ କିଛିଦିନ ତଳେ କାଳବୈଶାଖୀ ପ୍ରଭାବ ରେ ବଜ୍ରାଘାତ ସଂସ୍ପର୍ଶରେ ଆସି କୋକସରା ବ୍ଳକ ପୋଡ଼ାଗୁଡା ଗ୍ରାମର ମେହେରପଡା ଓ ଧରୁଆପଡା ପାଇଁ ରହିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡି ଅଚଳ ହୋଇଯାଇଛି। ଫଳରେ ଉକ୍ତ ପଡାବାସୀ ଆଜିକୁ ୧୦ ଦିନ ଧରି ଅନ୍ଧାରରେ ପ୍ରବଳ ଖରା, ଗରମ, ଗୁଳୁଗୁଳି ରେ ସନ୍ତୁଳି ହେଉଛନ୍ତି।ସୂଚନା ଅନୁସାରେ ଦୁଇ ପଡା ର ପାଖାପାଖି ୭୦ ଜଣ ଉପଭୋକ୍ତା ଙ୍କ ପାଇଁ ସୈାଭାଗ୍ୟ ଯୋଜନାରେ ଲାଗିଥିବା ଟ୍ରାନ୍ସଫର୍ମର ପୋଡ଼ି ଅଚଳ ହୋଇଯାଇଛି। ଏନେଇ ଉପଭୋକ୍ତା ମାନେ ନୂତନ ଟ୍ରାନ୍ସଫର୍ମର ସଂଯୋଗ କରିବାପାଇଁ ବିଦ୍ୟୁତ୍ ବିଭାଗକୁ ଜଣାଇବା ପରେ ବିଭାଗ ପକ୍ଷରୁ ବକେୟା ବିଲ୍ ପୈଠ କରିବା ପାଇଁ କହିଥିଲେ। ତେବେ ଉପଭୋକ୍ତା ମାନେ ୪୦ ହଜାର ଟଙ୍କା ଦେବାକୁ ରାଜି ହେଉଥିଲେ ହେଁ ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ଅଧିକ ଟଙ୍କା ଦାବି କରୁଥିବା କହିଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗରମ ଲାଗି ରହିଛି। ଏଭଳି ସମୟରେ ବିଦ୍ୟୁତ୍ ବିଭାଗ ପୋଡ଼ା ଟ୍ରାନ୍ସପୋର୍ଟକୁ ହଠାଇ ନୂତନ ଟ୍ରାନ୍ସଫର୍ମର ସଂଯୋଗ କରୁ ନ ଥିବାରୁ ପଡାବାସୀ ଅନ୍ଧାରରେ ରହିବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମର ପଙ୍କଜ ଧରୁଆ,ପ୍ରେମଲାଲ ମେହେର, ମଲୟ ମେହେର, ମୋହନ ମେହେର, ଗଜାନନ ବଣିଆ, ସୁଲୋଚନା ନାଏକ, ରତନ ବାଗ, ଉଗ୍ରେ ନାଏକ, ଅମର ସୋରୀ, ହସ୍ତ ଧରୁଆ, ରାମ ସିଂ ଧାରୁଆ ସମେତ ଅନେକ ଉପଭୋକ୍ତା ପ୍ରକାଶ କରିଛନ୍ତି। ଏନେଇ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ବ୍ରଜ ମୋହନ ଦଳେଇ ଙ୍କୁ ପଚାରିବାରୁ ୨ ଲକ୍ଷ ପାଖାପାଖି ବକେୟା ବିଲ୍ ରହିଛି, ୬୦ ହଜାର ଟଙ୍କା ପାଖାପାଖି ବିଲ୍ ପୈଠ କଲେ ନୂତନ ଟ୍ରାନ୍ସଫର୍ମର ସଂଯୋଗ କରାଯିବ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ