ସରକାରୀ ଅଧିକାରୀ ଛୁଟି ନେଇପାରିବେ : ଜୁନ 30 ଯାଏଁ ବାତିଲ୍ ହୋଇଥିଲା ଛୁଟି


ବଦଳିଲା ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ନିଷ୍ପତ୍ତି । ଜୁନ 30 ଯାଏଁ ବାତିଲ୍ ହୋଇଥିଲା ଛୁଟି । ହେଡ୍ କ୍ବାଟର ନଛାଡି଼ବା ପାଇଁ ଥିଲା ନିର୍ଦ୍ଦେଶ । ଛୁଟି ମିଳିବ, ହେଲେ ଆବଶ୍ୟକ ସ୍ଥଳରେ କାର୍ଯ୍ୟରେ ଯୋଗ ଦେବାକୁ ପଡ଼ିବ । କୌଣସି ଆବଶ୍ୟକ ପଡ଼ିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ପଡ଼ିବ । ଜରୁରୀକାଳୀନ ସ୍ଥିତିରେ ମୋବାଇଲ ଫୋନରେ ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ।