ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନ୍ୟୁଜଲପାଇଗୁଡିରେ ମାଲବାହୀ ଓ କାଞ୍ଚଜନଜଙ୍ଗା ଏକ୍ସପ୍ରେସ ମଧ୍ୟରେ ଧକ୍କାରେ ଏ ପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ମାଲବାହୀ ଗାଡି ପଛପଟୁ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି ଯେ, ଲୋକୋ ପାଇଲଟ ସିଗ୍ନାଲକୁ ଅଣଦେଖା କରିଥିଲେ ।
ଦାର୍ଜିଲିଂ ଜିଲ୍ଲାର ରେଲୱେ ବୋର୍ଡର ଚେୟାରମ୍ୟାନ ଜୟ ବର୍ମା ସିହ୍ନା କହିଛନ୍ତି, ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ଲୋକୋ ପାଇଲଟ ସିଗ୍ନାଲର ଅଣାଦେଖା କରିଥିଲେ । ଏହି କାରଣରୁ ମାଲବାହୀ ଟ୍ରେନ କାଞ୍ଚନଙ୍ଗାକୁ ପଛପଟୁ ଧକ୍କା ଦେଇଛି । ପଛ ପାଶ୍ୱର୍ର ବଗି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ମାଲବାହୀ ଟ୍ରେନର ଚାଳକ ଓ କାଞ୍ଚନଜଙ୍ଗାର ଗାର୍ଡଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଅତରତାଲା-ସିୟାଲଦହ ରୁଟର ସମସ୍ତ ରେଲୱେ ଷ୍ଟେସନରେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।
#WATCH | Kanchenjunga Express train accident | " Rescue operation completed. The driver (Loco pilot) who disregarded the signal has died & also the guard of Kanchenjunga Express has lost his life. Help desks established at all railway stations along Agartala- Sealdah route, "… pic.twitter.com/9fPXhT3dAo
— ANI (@ANI) June 17, 2024
ସିହ୍ନା କହିଛନ୍ତି ପ୍ରଥମ ଦୃଷ୍ଟାନ୍ତରୁ ଏଥିରେ ମାନବୀୟ ତ୍ରୁଟି ହୋଇଥିବା ଜଣା ପଡିଛି । ତଦନ୍ତ ସରିବା ପରେ ପୁରା ସତ୍ୟ ସାମ୍ନାକୁ ଆସିବ । ଏମିତି ଟ୍ରେନ ଦୁର୍ଘଟଣା ରୋକିବାକୁ ଆମେ ଉଦ୍ୟମ କରୁଛୁ । ଏଥିପାଇଁ ଆମର କବଚ ପ୍ରାଥମିିକତା ରହିଛି । ଏହାକୁ ମିଶନ ମୋଡରେ ଆଗକୁ ବଢାଯାଉଛି ।
ଆହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି । ଉତ୍ତର ପୂର୍ବ ସୀମାନ୍ତ ରେଲୱେ ଘଟଣାରେ ବୟାନ ଜାରି କରି କହିଛି ଯେ, ଏହି ଦୁର୍ଘଟଣା ନ୍ୟୁଜଲପାଇଗୁଡିର ରଙ୍ଗପାଣିରେ ଘଟିଛି । ସିୟାଲଦହ ଯାଉଥିବା ମାଲବାହୀ ଟ୍ରେନ ଡିଏନ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଇଛି ।