Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ସ୍କୁଲ ସଭାପତିଙ୍କ ଅଭିଯୋଗ ଭିତ୍ତିହୀନ,ସ୍ପଷ୍ଟୀକରଣ ରଖିଲେ ସ୍କୁଲ ପରିଚାଳନା କମିଟି।

କଳାହାଣ୍ଡି:୨୨/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା ମୂଷାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ସଭାପତି ଚନ୍ଦ୍ର ଶେଖର ଗୋପାଳ ସ୍କୁଲ କମିଟି ଓ ଶିକ୍ଷକ ଙ୍କ ବିରୋଧ ରେ ବିଭିନ୍ନ ଅଭିଯୋଗ ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି। ଶୁକ୍ରବାର ଏନେଇ ମୂଷାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲ ପରିଚାଳନା କମିଟି ଉପ ସଭାନେତ୍ରୀ ଶ୍ରୀମତୀ ଇନ୍ଦ୍ରା ଗୋପାଳ, ସ୍ଥାନୀୟ ସରପଞ୍ଚ ଅକ୍ଷୟ କୁମାର ନାଏକ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୁଞ୍ଜେଶ୍ୱର ପୋଟା ,ସମିତି ସଭ୍ୟା ଅଞ୍ଜନା ଦୁର୍ଗା, ସ୍କୁଲ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ଅଭିଭାବକ ଗ୍ରାମବାସୀ ଙ୍କ ଉପସ୍ଥିତି ଏକ ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ ସଭାପତି ଚନ୍ଦ୍ର ଶେଖର ଗୋପାଳ ଙ୍କ ବିଶୃଙ୍ଖଲିତ ଆଚରଣ କାରଣରୁ ତାଙ୍କୁ ସ୍କୁଲ ପରିଚାଳନା କମିଟି ରୁ ଗତ ୧୩/୦୪/୨୪ ରେ ବହିଷ୍କାର କରିବା ପରେ ସେ ଆକ୍ରୋଶ ମୂଳକ ଭାବେ ସ୍କୁଲ ପରିଚାଳନା କମିଟି ଓ ଶିକ୍ଷକ ଙ୍କ ନାମରେ ଅଭିଯୋଗ କରିଥିବା ଓ ତାଙ୍କ ଅଭିଯୋଗ ଭିତ୍ତିହୀନ ବୋଳି ପ୍ରଧାନ ଶିକ୍ଷକ,ପରିଚାଳନା କମିଟିର ସଦସ୍ୟ ତଥା ସ୍ଥାନୀୟ ସରପଞ୍ଚ ଓ ଛାତ୍ରୀ ମାନେ ପାଲଟା ଅଭିଯୋଗ କରିଛନ୍ତି । ସ୍କୁଲ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକ ଙ୍କ ଅଭିଯୋଗ ଅନୁସାରେ ପୂର୍ବତନ ସଭାପତି ଚନ୍ଦ୍ର ଶେଖର ଗୋପାଳ ସ୍କୁଲ ର ସମସ୍ତ କାର୍ଯ୍ୟ ରେ ନିଜର ଏକଛତ୍ରବାଦ ଜାହିର କରିବା,ପ୍ରଧାନ ଶିକ୍ଷକ ଙ୍କୁ ବିଭିନ୍ନ ସମୟରେ ଅଶାଳୀନ ବ୍ୟବହାର କରିବା,ଯେ କୌଣସି ବିଲ ରେ ଦସ୍ତଖତ ବଦଳ ରେ ଅର୍ଥ ଦାବି କରିବା,ସ୍କୁଲ ର କନିଷ୍ଠ ଶିକ୍ଷକ ଙ୍କୁ ଧମକଚମକ ସହ ମାନସିକ ନିର୍ଯ୍ୟାତନା ଦେବା,ସ୍କୁଲ ରେ ନିଜର ସମ୍ପର୍କୀୟ ଭାଇ ବୋହୁ ଙ୍କୁ ବେଆଇନ ଭାବେ ନିଯୁକ୍ତି ଦେବା, ସ୍କୁଲ ର ଶିକ୍ଷକ ମାନଙ୍କୁ ଅନେକ ସମୟରେ ମିଡିଆ ନା ରେ ବ୍ଲେକମେଲିଙ୍ଗ କରିବା ଭଳି କାର୍ଯ୍ୟ କରୁଥିଲେ। ଏହାକୁ ବିରୋଧ କରିବାରୁ ଓ ତାଙ୍କ କଥା କୁ ଅମାନ୍ୟ କରିବାରୁ ସେ ଆକ୍ରୋଶ ମୂଳକ ଭାବେ ଭିତ୍ତିହୀନ ଅଭିଯୋଗ ନେଇ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ଏହି ଘଟଣା କୁ ସାମ୍ବାଦିକ ସମ୍ମିଳନୀରେ ସ୍କୁଲ ପରିଚାଳନା କମିଟିର ସଦସ୍ୟ,ସ୍ଥାନୀୟ ସରପଞ୍ଚ ଅକ୍ଷୟ କୁମାର ନାଏକ ଓ ପ୍ରଧାନ ଶିକ୍ଷକ ଶ୍ରୀ ପୋଟା ପୂର୍ବତନ ସଭାପତି ଶ୍ରୀ ଗୋପାଳ ଙ୍କ ଅଭିଯୋଗ କୁ ଭିତ୍ତିହୀନ କହିବା ସହ ଖଣ୍ଡନ କରିଛନ୍ତି। ତେବେ ଏନେଇ କୋକସରା ବ୍ଲକ ଶିକ୍ଷା ଅଧିକାରିଣୀ ରଶ୍ମିତା ନେତମ ଙ୍କ ପ୍ରତିକ୍ରିୟା ନେବାରୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଅଭିଯୋଗ ସମ୍ବନ୍ଧୀୟ କୌଣସି ରିପୋର୍ଟ ମୋ ପାଖକୁ ଆସିନାହିଁ ବୋଳି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories