Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ୱାର୍ଡ ମେମ୍ବର ସଂଘ ଗଠିତ ମାସିକ ୬ହଜାର ଟଙ୍କା ଦାବୀ ନେଇ ଦାବୀପତ୍ର ପ୍ରଦାନ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଶିଵ ମନ୍ଦିର ପରିସରରେ ସୋମବାର ବ୍ଳକ ସ୍ତରୀୟ ୱାର୍ଡ ମେମ୍ବର ସଂଘ ଗଠିତ ହୋଇଥିଲା।ଆୟୋଜିତ ସଭା ରେ ଗୁରୁବାରୁ ସାହୁ ଙ୍କ ସଭାପତି ତ୍ୱ ରେ କଳାହାଣ୍ଡି ଜିଲ୍ଲା ୱାର୍ଡ ମେମ୍ବର ସଂଘ ସଭାପତି ମାର୍କଣ୍ଡ ବାଗ, ନର୍ଲା ବ୍ଲକ ଉପ ସଭାପତି ଗୋବର୍ଦ୍ଧନ ନାଗ,କର୍ଲାମୁଣ୍ଡା ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସାମ୍ବାଦିକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ୱାର୍ଡ ମେମ୍ବର ମାନେ ସଂଗଠିତ ହେଲେ ନିଜ ଦାବୀ ଗୁଡିକୁ ଠିକ ଭାବେ ଉପସ୍ଥାପନ କରିପାରିବେ ବୋଲି ମତ ପ୍ରକାଶ କରିଥିଲେ।ଏହି ଅବସରରେ ବ୍ଲକ ସ୍ତରୀୟ ୱାର୍ଡ ମେମ୍ବର ସଂଘ ର କର୍ମକର୍ତ୍ତା ଚୟନ କରାଯାଇଥିଲା।ଯହିଁରେ ସଭାପତି ଭାବେ ଵୈବସୁତ ସୁନା, ଉପ ସଭାପତି ଭାବେ କଇଁତି ସାହୁ ଓ ଦେବରାଜ ଚୌଧୁରୀ,ସମ୍ପାଦକ ଚନ୍ଦ୍ର ଭାନୁ ସାହୁ,ସହ ସମ୍ପାଦକ ଲଭି ରଣା, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଦାସ, ସଂଯୋଜକ ସମ୍ଭୁପ୍ରସାଦ ରଣା, ସଂଯୋଜିକା ଧମେନ୍ଦ୍ରୀ ସାହୁ,ସଭ୍ୟ ଅଜୟ ନାଗ,ହେମ ସାଗର ସାହୁ,ଭାସ୍କର ସାହୁ,ହୀରବତୀ ସାହୁ ପ୍ରମୁଖ ସର୍ବ ସହମତି ରେ ଚୟନ ହୋଇଥିଲେ। ସଭା କାର୍ଯ୍ୟ ରେ ବବୃ ବାହାନ ଭୋଇ ସଂଯୋଜନା କରିଥିଲେ। ଶେଷରେ ସଂଘ ପକ୍ଷରୁ ୱାର୍ଡ ସଭ୍ୟା/ସଭ୍ୟ ମାନଙ୍କୁ ମାସିକ ୬ ହଜାର ଟଙ୍କା, ଅବସର ପରେ ୩ ହଜାର ଟଙ୍କା ଭତ୍ତା ପ୍ରଦାନ, ୱାର୍ଡ ମେମ୍ବର ମାନଙ୍କୁ ଅଣଦେଖା କରାଯାଇ ପ୍ରସ୍ତୁତ ହୋଇଥିବା ଜିପିଡ଼ିପି କୁ ବାତିଲ କରିବା, ପଲ୍ଲୀସଭା କରିବା ପ୍ରମୁଖ ଦାବୀ ଗୁଡ଼ିକ ପୂରଣ ପାଇଁ ବିଡ଼ିଓ ଙ୍କ ଜରିଆରେ ଜିଲ୍ଲପାଳଙ୍କୁ ପ୍ରେରଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ