Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିରିଡି ସାଇବାବାଙ୍କ ମନ୍ଦିରରୁ ରୂପା ମୁକୁଟ ଓ ଦାନହୁଣ୍ତି ଚୋରୀ

ବରପାଲି: ବରପାଲି ସୁବଲ ସାହୁ ଶିଶୁ ଉଦ୍ୟ‌ାନ ନିକଟସ୍ଥ ଶିରିଡି ସାଇ ବାବାଙ୍କ ମନ୍ଦିର ପରିସରରୁ ଚୋରି ହୋଇଯାଇଛି। ମଙ୍ଗଳବାର ରାତ୍ର ସମୟରେ ଦୁର୍ବୁତ୍ତ ମାନେ ସାଇବାବାଙ୍କ ମନ୍ଦିର ମୁଖ୍ୟ ଦ୍ବାରର ଲୁହାଶିକୁଳି କାଟି ଆସ୍ଥାନ ପରିସରରେ ପହଚିଂଥିଲେ। ବାବାଙ୍କ ମଥାରେ ଶୋଭା ପାଉଥିବା ଏକ କିଲୋ ଓଜନର ରୂପା ମୁକୁଟ ଏବଂ ଗଣେଷ ବାବାଙ୍କ ମୁକୁଟ ସହ ଦାନହୁଣ୍ତି ଚୋରି କରି ଅନ୍ୟତ୍ର ଫେରାର ମାରି ଦେଇଥିଲେ। ବୁଧବାର ପୁର୍ବାହ୍ନରେ ଖବରପାଇ ଥାନାଧିକାରୀ ସବିତା ସେଠୀ ପୋଲିସ ବାହିନୀଙ୍କ ସହାୟତାରେ ଘଟଣାସ୍ଥଳ ପରିଦର୍ଶନ କରି ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ କରିଥିଲେ। ଆଖପାଖ ଲୋକ ଏବଂ ମନ୍ଦିର ପ୍ରାଙ୍ଗଣରେ ରହୁଥିବା ଲୋକଙ୍କୁ ଘଟଣା ସମ୍ପର୍କରେ ପଚରା ଉଚୁରା କରିଥିଲେ। ପରେ ମନ୍ଦିର ପରିସରକୁ ନାକାବନ୍ଦି କଲାପରେ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଦଳ ସହାୟତା ପାଇଁ ଖବର ପଠାଇଥିଲେ। ଅନୁସନ୍ଧାନ ବେଳେ ପୋଲିସକୁ କେତେକ ସନ୍ଧେହ ଜନିତ ଦ୍ରବ୍ୟ ତଥା ହାତ ଚିହ୍ନ ନମୁନାକୁ ନେଇ ଚୋରମାନଙ୍କ ସନ୍ଧାନ ମିଳିଯିବ ବୋଲି ପୋଲିସ ଆଶାବାଦି ରହିଥିବା ଜଣା ପଡିଥିଲା। ସେହିପରି ସନ୍ଦେହ ପରିସରକୁ ଆସୁଥିବା କିଛି ଯୁବକଙ୍କୁ ଆଣି ପଚରାଉଚୁରା ଜାରି ରଖିଥିବା ଜଣାପଡିଛି।