Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘୋଷଣା ହେଲା ତାରିଖ; ୨୧ ଅଗଷ୍ଟରୁ UGC-NET ପରୀକ୍ଷା

ନୂଆଦିଲ୍ଲୀ: ପେପର୍‌ ଲିକ୍ ବିବାଦ ଭିତରେ ଏନଟିଏ ପକ୍ଷରୁ ପୁଣି ଥରେ ୟୁଜିସି-ନେଟ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୧ ଅଗଷ୍ଟରୁ ୪ ସେପ୍ଟେମ୍ବର ମଧ୍ୟରେ ଅନଲାଇନରେ ହେବ ପରୀକ୍ଷା ।

ଗତ ୧୮ ତାରିଖରେ ହୋଇଥିବା ୟୁଜିସି ନେଟ ପରୀକ୍ଷା ପେପର ଲିକ ନେଇ ସଙ୍କେତ ମିଳିବା ପରେ NTA ପକ୍ଷରୁ ପରୀକ୍ଷା ରଦ୍ଦ କରାଯାଇଥିଲା । ଏନଟିଏ ପକ୍ଷରୁ ପୁଣି ଥରେ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ୩ଟି ପରୀକ୍ଷା ହେବା ନେଇ ଘୋଷଣା କରାଯାଇଛି ।

NCIT, ଜଏଣ୍ଟ CSIR ୟୁଜିସି ନେଟ ଏବଂ ୟୁଜିସି ନେଟ୍ ପରୀକ୍ଷା ଅନଲାଇନରେ କରାଯିବ। ଏନସିଇଟି ପରୀକ୍ଷା ଜୁଲାଇ ୧୦ରେ ତାରିଖରେ କରାଯିବ। ଜଏଣ୍ଟ CSIR ୟୁଜିସି ନେଟ ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ କରାଯିବ ।

ସେହିପରି ୟୁଜିସି ନେଟ ୨୧ ଅଗଷ୍ଟରୁ ୪ ସେପ୍ଟେମ୍ବର ମଧ୍ୟରେ ହେବ । ପୂର୍ବରୁ ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍ ଅଭିଯୋଗର ସିବିଆଇ ଯାଞ୍ଚ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ