Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ଟି-୨୦ ବିଶ୍ବକପ୍ ଜିତିବା ପରେ ଚର୍ଚ୍ଚାରେ ଦିଲ୍ଲୀ ପୋଲିସର ସୋସିଆଲ ମିଡିଆ ପୋଷ୍ଟ

ଦିଲ୍ଲୀ: ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଭାରତର ଜିତିଛି ଟି-୨୦ ବିଶ୍ବକପ୍ । ୧୭ ବର୍ଷ ପରେ ଭାରତର ପୁଣି ଥରେ ଟି-୨୦ ବିଶ୍ବକପ୍ ଜିତିଛି । ୨୦୧୧ରେ ଦିନିକିଆ ବିଶ୍ବକପ୍ ଜିତିବାର ୧୩ ବର୍ଷ ପରେ ଭାରତ କୌଣସି ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇଛି । ସାରା ଦେଶ ବିଶ୍ବ ବିଜୟର ଉତ୍ସବ ମନାଉଛି । ଆଉ ଏହି ବିଜୟ ଉତ୍ସବରେ ସାମିଲ ହୋଇଛି ଦିଲ୍ଲୀ ପୋଲିସ । ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇ ଦିଲ୍ଲୀ ପୋଲିସ ‘ଏକ୍ସ’ରେ ଏକ ପୋଷ୍ଟ କରିଛି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି ତଥା ଏହାକୁ ସମସ୍ତେ ପସନ୍ଦ କରିଛନ୍ତି ।

ସୋଶାଲ ମିଡିଆ ‘ଏକ୍ସ’ ଜରିଆରେ ଲୋକଙ୍କୁ ସଡ଼କ ସୁରକ୍ଷା ଦିଗରେ ସଚେତନ କରିବା ଉଦ୍ଦେଶ୍ୟରେ ଦିଲ୍ଲୀ ପୋଲିସ ଯେଉଁ ପୋଷ୍ଟ କରିଥାଏ, ସେଗୁଡ଼ିକୁ ସମସ୍ତେ ପସନ୍ଦ କରନ୍ତି । ଗତକାଲି ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ଚାମ୍ପିୟନ ହେବା ପରେ ଦଳକୁ ଅଭିନନ୍ଦନ ଜଣାଇବା ସହ ଏହି ଅବସରରେ ଲୋକଙ୍କୁ ସଚେତନ କରିବାକୁ ଭୁଲି ନଥିଲା ଦିଲ୍ଲୀ ପୋଲିସ।

ଦିଲ୍ଲୀ ପୋଲିସ ପକ୍ଷରୁ କରାଯାଇଥିବା ଏହି ପୋଷ୍ଟରେ ଲେଖା ଯାଇଥିଲେ ଯେ ଭାରତ ପାଇଁ ଆଉ ଗୋଟିଏ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ପାଇଁ ଆମେ ସମସ୍ତେ ୧୬ ବର୍ଷ ୯ ମାସ ୫ ଦିନ (୫୨,୭୦,୪୦,୦୦୦ ସେକେଣ୍ଡ) ଅପେକ୍ଷା କଲେ । ଟ୍ରାଫିକ ସିଗ୍‌ନାଲଗୁଡ଼ିକରେ ମଧ୍ୟ ଟିକେ ଧୈର୍ଯ୍ୟ ରଖନ୍ତୁ । ଭଲ ମୁହୂର୍ତ୍ତଗୁଡ଼ିକୁ ଅପେକ୍ଷା କରିବାକୁ ପଡ଼େ । ଟିମ୍‌ ଇଣ୍ଡିଆକୁ ହୃଦୟରୁ ଅଭିନନ୍ଦନ ।

ସୂଚନାଯୋଗ୍ୟ, ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିୟନ ହେବା ପରେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ଅବସର ଘୋଷଣା କରିଛନ୍ତି ରୋହିତ ଶର୍ମା ଓ ବିରାଟ କୋହଲି । ସେହିପରି ଏହି ସଫଳତା ସହିତ ଶେଷ ହୋଇଛି ମୁଖ୍ୟ କୋଚ୍ ଭାବେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ