Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦର ବାର୍ଷିକୋତ୍ସବ।

କଳାହାଣ୍ଡି:୦୧/୦୭(ସନତ ପ୍ରଧାନୀ)
ସ୍ମରଣୀୟ କବିତାର ସୃଷ୍ଟି ତ୍ୟାଗ, ନିଷ୍ଠା, ସମ୍ବେଦନଶୀଳତା ଓ ନିରନ୍ତର ସାଧନା ଦ୍ୱାରା ହୋଇଥାଏ।
କବି ରିକ୍ଷୀରାମ ମେହେରଙ୍କ କବିତା ସଂକଳନ ଚେତନାର ସ୍ବର ଉନ୍ମୋଚିତ।
ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦର ସାରସ୍ବତ ସମାରୋହର ଓ ପ୍ରଥମ ବାର୍ଷିକ ଉତ୍ସବ ଭବାନୀପାଟଣା ବ୍ଲକହଲ୍ ଠାରେ ଅନୁଷ୍ଠିତ ହୋଇ ଯାଇଅଛି। ସାହିତ୍ୟରୁ ଆନନ୍ଦ ମିଲେ। ଯେଉଁଠି ଭଲ ପାଇବା ନାହିଁ ସେଠି ସାହିତ୍ୟ ନାହଁ। ସାହିତ୍ୟ ସଂପର୍କକୁ ଯୋଡେ।
ସ୍ମରଣୀୟ କବିତା ସୃଷ୍ଟି ପାଇଁ ନିରନ୍ତର ସାଧନାର ଆବଶ୍ୟକତା ରହିଛି। ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିବାର ମାନସିକତା ରଖି କଲମ ଚାଳନା କରିବା ହଁ ଶ୍ରେୟସ୍କର। ବିଶେଷ କରି ସମ୍ବେଦନଶୀଳତାକୁ ନେଇ କବିତା ଲେଖାଗଲେ ପାଠକ ଆକର୍ଷିତ ହୋଇଥାନ୍ତି। ଫୁଲ ଫୁଟିଛି ତ ବାସ ଅଛି ଦିନେନା ଦିନେ ଚହଟିବ ବୋଲି ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ। ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦ ଗ୍ରାମାଞ୍ଚଳର ଯୁବ ଲେଖକମାନଙ୍କୁ ସାହିତ୍ୟ ସୃଷ୍ଟି ସହିତ ସମାଜସେବା ଓ ବୃକ୍ଷରୋପଣ କରିବାର ସୁଯୋଗ ସୃଷ୍ଟି କରୁଥିବାରୁ ଅତିଥିମାନେ ପ୍ରଶଂସା କରିଥିଲେ। ପ୍ରଥମ ଅଧିବେଶନରେ କବି ରିକ୍ଷୀରାମ ମେହେରଙ୍କ ପ୍ରଥମ କବିତା ସଙ୍କଳନ “ଚେତନାର ସ୍ୱର” ଉନ୍ମୋଚିତ ହୋଇଥିଲା। ଲଖିରାମ ମହାବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଆୟୋଜିତ ସାରସ୍ଵତ ସଭାରେ ମୂଖ୍ୟ ଅତିଥି ଭାବେ ଅପରାହ୍ନ ଦୈନିକର ମୁଖ୍ୟ ସଂପାଦିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାଶ , ମୁଖ୍ୟବକ୍ତା ଭାବେ ଗବେଷକ ସତ୍ୟନାରାୟଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅପରାହ୍ନ ଦୈନିକ ଖବରକାଗଜର ସଂପାଦକ ବଂଶୀଧର ଜେନା, ଅଭିନନ୍ଦନ ସାପ୍ତାହିକ ଖବରକାଗଜର ସଂପାଦକ ଈଂ ଜଗଦୀଶ ଚନ୍ଦ୍ର ମିଶ୍ର ମଞ୍ଚାସୀନ ଥିଲେ। ଏହି ଅଧିବେଶନରେ ଭାଗିରଥି ସାଗର ଅତିଥି ପରିଚୟ ପ୍ରଦାନ, ସଂସଦର ସଂପାଦକ ରିକ୍ଷୀରାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ଓ ବନଶ୍ରୀ ଦାସ ସଂଯୋଜନା କରିଥିଲେ। ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦର ସଭାପତି ସ୍ତମ୍ଭକାର ମୋହନ ଚରଣ ବିଷିଙ୍କ ସଭାପତିତ୍ବରେ ଦ୍ବିତୀୟ ଅଧିବେଶନ ରେ ମୂଖ୍ୟ ଅତିଥି ଭାବେ ଜଗଦୀଶ ଚନ୍ଦ୍ର ମିଶ୍ର, ମୁଖ୍ୟବକ୍ତା ଭାବେ କବି ବଙ୍କିମ ଚନ୍ଦ୍ର ମୁଣ୍ଡ, ସମ୍ମାନିତ ଅତିଥି ଭାବେ କବି ସୁଧିର ମେହେର, କବି ହେମନ୍ତ ସାହୁ, ଉଦ୍ଧବ ଚରଣ ସାହୁ, ଶିବରାମ ନାୟକ, ଅଜୟ କୁମାର ଦାଶ ମଞ୍ଚାସୀନ ଥିଲେ। ଅଧ୍ୟାପକ ରଂଜନ କୁମାର ପଣ୍ଡା ସ୍ବାଗତ ଅଭିଭାଷଣ, କବି ସୁରେନ୍ଦ୍ର କୁମାର ସାହୁ ଅତିଥି ପରିଚୟ ପ୍ରଦାନ, କବି କମଳିନୀ ଚଣ୍ଡି ସଂସଦର ବାର୍ଷିକ ବିବିରଣ ପଠନ କରିଥିଲାବେଳେ ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅଧିବେଶନରେ ନିମନ୍ତ୍ରିତ କବିମାନଙ୍କ ଦ୍ବାରା କବିତା ପାଠ ଓ ସଂସଦର ନିୟମିତ ଲେଖକ ଲେଖିକା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦର କାର୍ଯ୍ୟକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories