Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକ ଅଧିରାଜ ଦେଖାଇଲେ ମହାନତା,ଦୁର୍ଗମ ଚିତାରମାରେ ଫେରୁଛି ହସ

ନୂଆପଡା:(ରାଜାରାମ ଷଡଙ୍ଗୀ):ନୂଆ ସରକାର ଆସିବା ପରେ ଲୋକଙ୍କ ମନରେ ଉତ୍ସାହ ବଢିଛି।ବର୍ଷ ବର୍ଷ ଧରି ସମସ୍ୟାରେ ଜର୍ଜରିତ ଲୋକଙ୍କ ମନରେ ହସ ଫୁଟୁଛି।ନୂଆ ନେତା ମଧ୍ୟ ଉତ୍ସାହ ଓ ଆଗ୍ରହର ସହିତ ଜନ ସମସ୍ୟା ସହିତ ଜଡିତ ହୋଇ ସମାଧାନର ପନ୍ଥା ବାହାର କରୁଛନ୍ତି।ଏମିତି ଏକ ଦୃଷ୍ଟାନ୍ତ ମୂଳକ ଖବର ଆସିଛି ସାମନାକୁ।
ଉପାନ୍ତ ଅଞ୍ଚଳକୁହାଯାଉଥିବା ଉଦନ୍ତୀ ନଦୀ ପାର ହୋଇ ଚିତାରମା ଗାଁ ଗ୍ରାମବାସୀଙ୍କ ସହ ଆଲୋଚନାନ କରିବାରେ ଖଡିଆଲ ବିଧାୟକ ଆଜି ଚର୍ଚାରେ ରହିଛନ୍ତି।ନୂଆପଡା ଜିଲ୍ଲାରେ ଅନେକ ଅଞ୍ଚଳ ରହିଛି ଯାହାକି,ଉପାନ୍ତ,ଅଗମ୍ୟ ଓ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ।ମୌଳିକ ସେବା ଅନେକ ଗାଁକୁ ଅପହଞ୍ଚ ହୋଇ ରହିଛି। ଦିନ ଥିଲା ଏହି ଅଞ୍ଚଳ ବାସୀ ଙ୍କ ପାଇଁ ଶିକ୍ଷା, ପାନୀୟ ଜଳ, ବିଦ୍ୟୁତ୍ ଏବଂ ଗମନା ଗମନ ସାତ ସପନ ପାଲଟିଥିବା ବେଳେ ଖଡିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଉଦନ୍ତୀ ନଦୀ ପାରି କରି ଯାଇଥିଲେ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘାଟମାଲ ଗ୍ରାମପଞ୍ଚାୟତର ନିପଟ ଉପାନ୍ତ ଅଞ୍ଚଳ ଚିତାରମା ଗ୍ରାମକୁ ପହଞ୍ଚି ସେ ଦେଖାଇଛନ୍ତି ନିଜ ମହାନତାର କରାମତି। ଚିତାରମା ଠାରେ ଗ୍ରାମବାସୀଙ୍କ ସହ ଅନେକ ସମୟ ଅତିବାହିତ କରି ତାଙ୍କ ସମସ୍ୟା ଶୁଣିବା ସହ ସମାଧାନ କରିବା ତାଙ୍କ ସଙ୍କଳ୍ପ ବୋଲି ମତବ୍ୟକ୍ତ ବିଧାୟକ ଅଧୀରାଜ। ସେ ଗାଁ ରେ ଜନ୍ମ ହୋଇଥିବା ବେଳେ ଗାଁର ସମସ୍ୟା ସହ ନିବିଡ ଭାବରେ ଅବଗତ ଅଟନ୍ତି। ଉପରୋକ୍ତ ଗ୍ରାମକୁ ବିଧାୟକଙ୍କ ହସ୍ତେକ୍ଷେ ପରେ ବିଦ୍ୟୁତ୍ ସେବା ଯୋଗାଣ ହେବା ନେଇ ଗ୍ରାମବାସୀ ମାନେ ଖୁସି ବ୍ୟକ୍ତ କରିଛନ୍ତି। ନଦୀ ଉପରେ ଏକ ବ୍ରିଜ ନିର୍ମାଣ ସହ ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ, ମୌଳିକ ସେବା ପ୍ରଦାନ ଦିନରେ କାର୍ଯ୍ୟ କରିବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇ ଫେରିଛନ୍ତି ବିଧାୟକ।ଗ୍ରାମବାସୀ ମଧ୍ୟ ସେମାନଙ୍କ ନୂଆ ବିଧାୟକଙ୍କ ଉପରେ ଅତୁଟ ବିଶ୍ୱାସ ରଖି ସମସ୍ୟାରୁ ମୁକୁଳି ନୂଆ ଜୀବନର ସାହାରା ପାଇବେ ସେ ନେଇ ଆଶା ବାନ୍ଧି ବସିଛନ୍ତି।