ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଘରେ ନ ପଶୁଣୁ ଚାଳ ବାଜିଲାଣି। ବାଲିଗୁଡ଼ା ଏନ୍ ଏ ସି ଅନ୍ତର୍ଗତ ବଡଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଛାତରୁ ପାଣି ଗଳୁଛି। ବର୍ଷା ଆରମ୍ଭ ହେଉ ହେଉ ବିଦ୍ୟାଳୟ ଛାତ ଘରର ଏପରି ଅବସ୍ଥା। ବର୍ଷା ରୁତୁ ଶେଷ ବେଳକୁ ବୋଧ ହୁଏ ସମ୍ପୂର୍ଣ୍ଣ ଛାତ ଗଳି ପଡ଼ିବ ଏହିଭଳି ଅନୁମେୟ ହେଉଛି। ପୁରୁଣା ଟିଣ ଘରର ଅବସ୍ଥା ନ କହିଲେ ଭଲ। ପ୍ରଶାସନ ପାଖରେ ଯେତେ ଗୁହାରି କଲେ ମଧ୍ୟ ଫଳ ଶୂନ। ଏହି ବିଦ୍ୟାଳୟ ଟି ଏକ ପୂରାତନ ସରକାରୀ ବିଦ୍ୟାଳୟ। ବିଦ୍ୟାଳୟ ର ଶ୍ରେଣୀ ଗୃହ ଅଭାବ ଯୋଗୁଁ ଗାଁ ପିଲାମାନେ ଅନ୍ୟତ୍ର ପାଠ ପଢ଼ିବାକୁ ଯାଉଛନ୍ତି। ସେଥିପାଇଁ ବର୍ତ୍ତମାନ ବିଦ୍ୟାଳୟ ର ପିଲା ସଂଖ୍ୟା କମିଯାଇ ୨୫ ରେ ପହଞ୍ଚିଛି।ହେଲେ ସେହି ୨୫ ଜଣ ପିଲା ବସି ପାଠ ପଢିବା ପାଇଁ ଯେଉଁ ଶ୍ରେଣୀ ଗୃହ ଅଛି ତା’ର ଅବସ୍ଥା ନ ଦେଖିଲେ ବିଶ୍ୱାସ କରି ହେବନି। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିଦ୍ୟାଳୟର ଛାତ ଘରଟି ସମ୍ପୂର୍ଣ୍ଣ ଭୁଷୁଡି ପଡିବା ପୂର୍ବରୁ ତା’ର ସ୍ଥାୟୀ ମରାମତି କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l