Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ଲଗାଇଲେ ଧର୍ମଗଡ ବିଧାୟକ।

କଳାହାଣ୍ଡି:୦୩/୦୭(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରିଗୁଡା ରେ ପ୍ରଧାନ ଶିକ୍ଷକ ଲୋକନାଥ ନାଏକ ଙ୍କ ତତ୍ୱାବଧାନ ରେ ଆୟୋଜିତ ୭୫ ତମ ବନ ମହୋସଵ କାର୍ଯ୍ୟକ୍ରମ ରେ ଯୋଗଦେଇ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇ ବୃକ୍ଷ ରୋପଣ କରିଛନ୍ତି।ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ଆଗାମୀ ମନୁଷ୍ୟ ସମାଜ ବିନାଶ ପାଇଁ ସତର୍କ ସୂଚନା ଦେଉଥିବା ବେଳେ ପରିବେଶ ସୁରକ୍ଷା ଓ ସନ୍ତୁଳନ ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ବିକଳ୍ପ ଏଣୁ ଜଙ୍ଗଲ ର ସୁରକ୍ଷା ସହ ବୃକ୍ଷ ରୋପଣ କରି ଜଳବାୟୁ ପରିବର୍ତ୍ତନ ରୋକା ଯାଇ ପାରିବ ବୋଳି ବିଧାୟକ ଶ୍ରୀ ପାଟ୍ଟଯୋଶୀ ମତ ପ୍ରକାଶ କରିଥିଲେ। ପରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ ଓ ଅତିଥି ମିଶି ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କରିଥିଲେ। ବିଧାୟକ ଙ୍କ ସହ ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ର,ଧର୍ମଗଡ ବ୍ଲକ ଛିଲିପା ପଞ୍ଚାୟତ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ,ବିଜେପି କୋକସରା ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର, ବିଦ୍ୟାଳୟ ପରିଚାଳନା କମିଟିର କୃପାସିନ୍ଧୁ ପାତ୍ର,ଅନିରୁଦ୍ଧ ପାତ୍ର, ଅଶୋକ ଭୋଇ, ବାଳକୃଷ୍ଣ ନାଏକ,ସମାଜସେବୀ କେତନ ପାତ୍ର ସମେତ ଶିକ୍ଷକ ଧୀରେନ୍ଦ୍ର ପଣ୍ଡା, ଗୁଣନିଧି ବାଗ,କ୍ରୀଡା ଶିକ୍ଷକ ଅଜୟ ସରାଫ, କୁଳମଣି ଶବର,ଜଗଦୀଶ ଦାସ,ଶିକ୍ଷୟତ୍ରୀ ରିକ ସାନା ପ୍ରଧାନ, ରୋଶାଳୀନି ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories