Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ମାତିଲେ ଦନ୍ତା ହାତୀ : ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କଲେ, ଲୋକେ ଆତଙ୍କିତ

ହାତୀପଲ ଘୁମୁସର ଉଦୟଗିରି ବନାଞ୍ଚଳର କଳିଙ୍ଗା ସେକ୍ସସନରେ ଉପଦ୍ରବ କରିବା ସହ ବ୍ୟାପକ କ୍ଷୟକ୍ଷତି କରିବା ପରେ ୨୫ଟିକିଆ ହାତୀପଲରୁ ୨୩ଟି ଏହି ଅଞ୍ଚଳ ଛାଡି ଟିକାବାଲି ବନାଞ୍ଚଳ ଦେଇ ପଳେଇଥିବା ବେଳେ ଅନ୍ୟ ଦୁଇଟି ଏହି ଅଞ୍ଚଳରେ ରହି ଉପଦ୍ରବ ଚଳେଇଥିଲେ। ତିନି ଦିନ ତଳେ ବନବିଭାଗ କର୍ମଚାରୀ ଦୁଇ ଦନ୍ତାହାତୀଙ୍କୁ ଏହି ଅଞ୍ଚଳରୁ ଉତ୍ତର ଘୁମୁସର ବନଖଣ୍ଡକୁ ତଡି ଦେଇଥିବା ନେଇ ସୂଚନା ମିଳିଥିଲା l ହାତୀ ଏହି ଅଞ୍ଚଳ ଛାଡ଼ିବା ଖବର ପ୍ରକାଶ ପରେ ଅଞ୍ଚଳବାସୀ ଖୁସିରେ ଥିବା ବେଳେ ମଙ୍ଗଳବାର ପୁଣି ଦନ୍ତା ହାତୀଙ୍କ ଉପଦ୍ରବ କଳିଙ୍ଗାରେ ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ ବାଟ ବଣା ହୋଇ ଗୋଟିଏ ଦନ୍ତା ହାତୀ କଳିଙ୍ଗା ଘାଟି ଆରମ୍ଭ ରେ ଥିବା ନେଡିକଲା କୁ ଆସି ଏକ ଗରିବ ପରିବାର ଯୁଗୁରାଇ ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହିତ ଅନେକ ଫସଲ କ୍ଷୟକ୍ଷତି କରିଛନ୍ତି ଏବଂ ନଡ଼ିଆ, ଆମ୍ବ, ଝାଡୁ, କଦଳୀ, ଲିଚୁ ଭଳି ମୂଲ୍ୟବାନ ବୃକ୍ଷ ନଷ୍ଟ କରିଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ