Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରପାଲିରେ ପଛୁଆବର୍ଗ ସର୍ଭେ ପ୍ରଶିକ୍ଷଣ ଶିବିର

ବରପାଲି: ବରପାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ବିଭାଗ ପକ୍ଷରୁ ପଛୁଆ ବର୍ଗ ସର୍ବେକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ପ୍ରସନ୍ନ କୁମାର ପାଣ୍ତେଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ବ୍ଳକ ଶିକ୍ଷାଧିକାରୀ ମୁକୁନ୍ଦ ମହାର ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ବ୍ଳକ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀ ମେହେର ସ୍ବାଗତ ଜଣାଇବା ସହ କାର୍ଯ୍ୟକ୍ରମର ରୂପରେଖା ଉପରେ ଅବଲୋକନ କରିଥିଲେ। ସମ୍ମାନିତ ଅତିଥି ପ୍ରଶିକ୍ଷକ ଭାବରେ ଏବିଡିଓ ଭବାନୀ ମେହେର, ସିଆରସିସି ସଞୟ ସାହୁ,ଜ୍ୟୋତି ସିଆଲ ଓ ସ୍ମୁତିରେଖା ମିଶ୍ର ଆଏସ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଶିକ୍ଷକ ମାନେ ଉପସ୍ଥିତ ୨୩ଟି ପଚାଂୟତର ୬୯ଜଣ ଅଙ୍ଗନବାଡୀ କର୍ମୀ ମାନଙ୍କୁ ନିର୍ଦ୍ଧାରିତ ପଚାଂୟତ କନ୍ଦ୍ରେ ପରିସରରେ ପଛୁଆ ବର୍ଗଙ୍କ ଗଣନା ଭିତ୍ତିକ ତାଳିକା,ପାରିବାରିକ ମାନଦଣ୍ତ,ଚଳନି ଓ ବ୍ୟବସ୍ଥା ସମ୍ପର୍କିତ ବିଷୟ ବସ୍ତୁକୁ ନେଇ ତାଲିମ ମାନ ପ୍ରଦାନ କରାଯାଇଥିଲା। ପରିଶେଷରେ ସିଆରସିସି ସଞୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ