Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଏଭି ଓ ଜବାହାର ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ଲଗାଇଲେ ଧର୍ମଗଡ ବିଧାୟକ।

କଳାହାଣ୍ଡି:୦୫/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ଓ କୋକସରା ସଦର ଜବାହାର ଉଚ୍ଚ ବିଦ୍ୟାଳୟ ରେ ୭୫ ତମ ବନ ମହୋତ୍ସବ ଅବସର ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଦ୍ରୁତ ଗତିରେ ପୃଥିବୀ ପୃଷ୍ଠ ରେ ପରିବେଶ ନଷ୍ଟ ଓ ପ୍ରଦୂଷଣ ରୋକିବା ପାଇଁ ସମସ୍ତେ ଶପଥ ନେଇ ବୃକ୍ଷ ରୋପଣ କଲେ ହିଁ ଆମର ଆଗାମୀ ପିଢ଼ି ଏକ ସୁସ୍ଥ ଓ ସୁନ୍ଦର ପରିବେଶ ପାଇବେ ବୋଳି ପରାମର୍ଶ ଦେଇଥିଲେ।କୋକସରା ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ସୁଧୀର ପଣ୍ଡା ଙ୍କ ତତ୍ୱାବଧାନ ରେ ବନ ମହୋସଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସେହିପରି ଓଏଭି ବିଦ୍ୟାଳୟ ରେ ଅଧ୍ୟକ୍ଷ ଦୀନବନ୍ଧୁ କର ଙ୍କ ତତ୍ୱାବଧାନ ରେ ବିଦ୍ୟାଳୟ ଙ୍କୁ ଛାତ୍ରଛାତ୍ରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେବାସହ ବିଧାୟକ ଙ୍କ ସହ ବୃକ୍ଷ ରୋପଣ କରିଥିଲେ। ଓଏଭି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ। ବିଧାୟକ ଙ୍କ ସହ ବିଜେପି ମେକ ଇନ ଇଣ୍ଡିଆ ଯୁବ ପ୍ରଭାରୀ ବଲାଙ୍ଗୀର ହିମାଂଶୁ ପଣ୍ଡା,କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ସାଧାରଣ ସମ୍ପାଦକ ତ୍ରିନାଥ ଶବର, ଉପ ସଭାପତି ଗୋପାଳ ଅଗ୍ରୱାଲ, ପ୍ରମୋଦ ପ୍ରଧାନୀ,ଶାରଳା ପ୍ରଧାନୀ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories