Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଟିଜେନ ଫୋରମ ପକ୍ଷରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଓ ଅଞ୍ଚଳ ର ସମସ୍ୟା କୁ ନେଇ ଆଲୋଚନା।

କଳାହାଣ୍ଡି:୦୬/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପୋଡ଼ାଗୁଡା ଗ୍ରାମ ପଞ୍ଚାୟତ ସଭାଗୃହ ରେ ଶୁକ୍ରବାର ସିଟିଜେନ ଫୋରମ ପକ୍ଷରୁ ନବ ନିର୍ବାଚିତ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟ ଯୋଶୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୋକସରା ବ୍ଲକ ସିଟିଜେନ ଫୋରମ ର ସଭାପତି ବ୍ୟୋମକେଶ ପଣ୍ଡା ଙ୍କ ସଭାପତିତ୍ୱ ରେ ଉପଢୌକନ ଓ ଉତ୍ତରୀୟ ଦେଇ ବିଧାୟକ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ସମ୍ବର୍ଦ୍ଧନା ସଭା ରେ ସିଟିଜେନ ଫୋରମ ର ଜିଲ୍ଲା ସୀମାଞ୍ଚଲ ମିଶ୍ର, ଉପ ସଭାପତି ଦୀନବନ୍ଧୁ ମୁଣ୍ଡ, ବ୍ଲକ ସମ୍ପାଦକ ମିନିକେତନ ପ୍ରଧାନୀ, ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ,ଧନେଶ୍ୱର ପଣ୍ଡା, କେଶବ ଚନ୍ଦ୍ର ନାଏକ, ଗରୁଡ଼ ଧ୍ଵଜ ମାଝୀ, ଲକ୍ଷ୍ମୀ ନାରାୟଣ ପୁଝାରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ପାଟ୍ଟ ଯୋଶୀ ସିଟିଜେନ ଫୋରମ ର କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଦେବାସହ ଅଞ୍ଚଳ ର ସାମୁହିକ ବିକାଶ ରେ ସେମାନଙ୍କ ସହଯୋଗ ଓ ପରାମର୍ଶ ଦେବାକୁ ଅନୁରୋଧ କରିଥିଲେ। ସିଟିଜେନ ଫୋରମ ପକ୍ଷରୁ ବିଧାୟକ ଙ୍କୁ ଜୁନାଗଡ଼ ରୁ ନବରଙ୍ଗପୁର ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା, ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିବା, ବ୍ଲକ ର ଚିର ମରୁଡି ପ୍ରବଣିତ ଅଞ୍ଚଳ ଗୋତମୁଣ୍ଡା ଠାରୁ ଆମପାଣି ମଧ୍ୟରେ ବିଭିନ୍ନ ଜଳାଉତ୍ସ କୁ ଚିଂହ୍ନଟ କରି ଚାଷି ଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବା ଭଳି ଦାବି ନେଇ ବିଧାୟକ ଙ୍କ ସହ ଆଲୋଚନା କରିଥିଲେ। ବିଧାୟକ ଏହି ସବୁ ଦାବି ଉପରେ ନିଶ୍ଚୟ ରାଜ୍ୟ ସରକାରଙ୍କୁ ଅବଗତ କରି କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବେ ବୋଳି ଆଶ୍ୱାସନା ଦେଇଥିଲେ। ଏହି ଅଵସର ରେ ବିଧାୟକ ପଞ୍ଚାୟତ ପରିସରରେ ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ଶ୍ରୀନିବାସ ପ୍ରଧାନୀ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories