Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ କଲେଜରେ ନବାଗତଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ।

କଳାହାଣ୍ଡି:୦୬/୦୭(ସନତ ପ୍ରଧାନୀ)
ଭବାନୀପାଟଣା ବାନ୍ଦୋପୋଲା ସ୍ଥିତ ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁସନ ଭବାନୀପାଟଣା ପରିସର ସମ୍ମିଳନୀ ପ୍ରକୋଷ୍ଠ ମଧ୍ୟରେ ଯୁକ୍ତଦୁଇ ପ୍ରଥମ ବର୍ଷ ଉଭୟ ସି.ବି.ଏସ.ଇ ଓ ସି.ଏଚ.ଏସ.ଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ନବାଗତ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁସନ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ, ଓଡିଶା ଶ୍ରୀଯୁକ୍ତ ଡି. ନାଗେଶ୍ଵର ରାଓ, ଏକାଡେମିକ୍ ଇନଚାର୍ଜ ଡି. ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟ ଡି. ପଦ୍ମିନୀ, ଡିନ୍ ଶ୍ରୀ ପୀତାମ୍ବର ଦାସ, ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଯୁବରାଜ ନାୟକ, ବିକାଶ ଜେନେରାଲ ମେନେଜର ଗୁପ୍ତେଶ୍ଵର ଖୁଣ୍ଟିଆ, ପ୍ରମୁଖ ଉପସ୍ଥିତ ରହି ନବାଗତ ବିଦ୍ୟାର୍ଥୀ ମାନଙ୍କୁ ସ୍ଵାଗତ ଜଣାଇ ଥିଲେ । ସୁଶ୍ରୀ ଆରତି ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ ଓ ସ୍ଵାଗତ ଭାଷଣ ଦେଇଥିଲେ । ପ୍ରାରମ୍ଭରେ ଯୁକ୍ତଦୁଇ ଦ୍ଵିତୀୟ ବର୍ଷର ବିଦ୍ୟାର୍ଥୀଙ୍କ ଦ୍ଵାରା ସ୍ଵାଗତ ସଂଗୀତ ଓ ନୃତ୍ୟ ପରିବେଷିତ ହୋଇଥିଲା । ଅତିଥିମାନେ ବିଦ୍ୟାର୍ଥୀ ମାନଙ୍କୁ ସମୟାନୁବର୍ତ୍ତିତା ଓ ଛାତ୍ରଧର୍ମ ପାଳନ ଉପରେ ଗୁରୁତ୍ଵ ଦେଇ, ନୀତିନିଷ୍ଠ ଜୀବନ ଯାପନ କଲେ ଲକ୍ଷ୍ୟସ୍ଥଳରେ ପହଞ୍ଚି ହେବ ବୋଲି କହିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଯୁବରାଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଙ୍କ ସହଯୋଗ ରହିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories