ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୫ ଆତଙ୍କବାଦୀ ସଫା, ୨ ଯବାନ ସହିଦ


ଜମ୍ମୁ-କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଗୁଳି ମାଡ଼ରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ । ଏନକାଉଣ୍ଟରରେ ଦୁଇ ଯବାନ ସହିଦ । ଅଞ୍ଚଳରେ ଏକାଧିକ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି । ସେନା ପୂରା ଅଞ୍ଚଳକୁ କର୍ଡନ କରି ଚର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ, କୁଲଗାମ ଜିଲ୍ଲାର ଚିନିଗାମ ଓ ମୋଦରଗାମରେ ଏନ୍‌କାଉଣ୍ଟର ହୋଇଛି । ଆତଙ୍କବାଦୀ ଲୁଚିଥିବାର ଖବର ପାଇବା ପରେ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ଼ ହୋଇଥିଲା । ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ମୋଦରଗାମରେ ଏନକାଉଣ୍ଟର ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଗୁଳିମାଡରେ ଲାନ୍ସ ନାୟକ ପ୍ରଦୀପ ନୈନ ସହିଦ ହୋଇଛନ୍ତି । ସେହିପରି ଅନ୍ୟ ଏକ ଏନକାଉଣ୍ଟରେ ଫ୍ରିସଲ କୁଲଗାମରେ ଜାରି ରହିଛି । ଏଠାରେ ହବିଲଦାର ରାଜ କୁମାର ସହିଦ ହୋଇଛନ୍ତି ।

ସେନାର ପ୍ରଥମ ଅଭିଯାନ ଆରମ୍ଭ ହେବାର କିଛି ଘଣ୍ଟା ପରେ କୁଲଗାମର ଚିନିଗାମ ଗାଁରେ ଗୁଳିମାଡ଼ ଆରମ୍ଭ ହୋଇଥିଲା । ଲସ୍କର ଗ୍ରୁପ ଏଠାରେ ଲୁଚି ରହିଥିବା ନେଇ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳିମାଡ଼ କରିଥିଲେ । ସେନା ପକ୍ଷରୁ ମଧ୍ୟ ପାଲଟା ଗୁଳିମାଡ଼ କରାଯାଇଥିଲା । ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଜମ୍ମୁ କଶ୍ମୀରର ରଜୌରୀରେ ଥିବା ସେନା କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି ।