Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ରେ ନିଆଁରା ରଥଯାତ୍ରା, କୁନି ରଥ ରେ ରଥାରୂଢ ହେଲେ ତିନି ଠାକୁର, କୁନି କୁନି ପିଲା ଟାଣିଲେ ରଥ।

କଳାହାଣ୍ଡି:୦୭/୦୭
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋକସରା ବ୍ଲକ ଲଡୁଗାଁ ଠାରେ ଏକ ନିଆଁରା ରଥଯାତ୍ରା ଦେଖିବାକୁ ମିଳିଛି। ଲଡୁଗାଁ ର ରାଜୀବ କୁମାର ଅଗ୍ରୱାଲ ଙ୍କ ବାସ ଭବନ ରୁ ପ୍ରଭୁ ବଳଭଦ୍ର,ଜଗନ୍ନାଥ ଓ ଭଉଣୀ ସୁଭଦ୍ରା ଙ୍କୁ ପୂଜାର୍ଚ୍ଚନା ପରେ ପହଣ୍ଡି କରି କୁନି କୁନି ପିଲାମାନେ ସୁସଜ୍ଜିତ ରଥ ଉପରେ ବିରାଜମାନ କରିଥିଲେ। ପରେ କୁନି ପୁଅ ରାଜା ବେଶ ରେ ଛେରାପହଁରା କରିବା ପରେ ଜୟ ଜଗନ୍ନାଥ ଧ୍ୱନି ରେ ସୁସଜ୍ଜିତ ରଥ କୁ ଘଣ୍ଟ,ସଂକୀର୍ତ୍ତନ ଦଳ ମେଲ ରେ ଲଡୁଗାଁ ସହର ପରିକ୍ରମା କରି ଅଶୋକ ଅଗ୍ରୱାଲ ଙ୍କ ବାସ ଭବନ ରେ ଥିବା ମାଉସୀ ମା ଘର ପର୍ଯ୍ୟନ୍ତ ଟାଣି ନେଇଥିଲେ। ଏହି ନିଆଁରା ରଥଯାତ୍ରା ରେ କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସମେତ ଲଡୁଗାଁ ର ଗ୍ରାମବାସୀ ହର୍ଷ ଉଲ୍ଲାସର ସହ ସାମିଲ ହୋଇଥିଲେ ।ଦିର୍ଘ୨୦ ବର୍ଷ ଧରି ଏହି ନିଆଁରା ରଥଯାତ୍ରା ପାଳନ ହୋଇ ଆସୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories