Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜାମୁଡା ଗାଁ ରେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନା,ସହ ଲକ୍ଷାଧିକ ଟଙ୍କା।

କଳାହାଣ୍ଡି:୦୮/୦୭
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଡକାୟତ ଗ୍ୟାଙ୍ଗ। ଗତ ବିଳମ୍ବିତ ରାତିରେ ରାଜାମୁଡା ଗାଁର ରତନ ରଣାଙ୍କ ଘରେ ୭ ଜଣ ଦୁର୍ବୁର୍ତ୍ତ ମାରଣାସ୍ତ୍ର ଦେଖାଇ ୧୦ ଭରି ସୁନା ଗହଣା ସହ ୪ ଲକ୍ଷ ନଗଦ ଟଙ୍କା ଲୁଟିନେଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ ରତନ ଓ ତାଙ୍କ ପରିବାର ରାତିରେ ଶୋଇଥିବା ବେଳେ ୭ ଜଣ ଦୁର୍ବୁର୍ତ୍ତ କଲା ମୁଖା ପିନ୍ଧି ଘରର ଗ୍ରୀଲ ଭାଙ୍ଗି ଭିତରକୁ ଧସେଇ ପଶି ଯାଇଥିଲେ। ପରିବାର ଲୋକଙ୍କୁ ଧାରୁଆ ଅସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ପରେ ରତନଙ୍କ ବୋହୁଙ୍କ କୋଠରୀରେ ଥିବା ଗଡ଼ରେଜରୁ ୧୦ ତୋଳା ସୁନା ଗହଣା ସହ ରତନଙ୍କ ଶେଜ ତଳେ ଥିବା ୪ ଲକ୍ଷ ଟଙ୍କା ନେଇଥିବା ରତନ କହିଛନ୍ତି। ଦୁର୍ବୁର୍ତ୍ତ ମାନେ ଓଡ଼ିଆ ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ରତନ ଏବଂ ତାଙ୍କ ସ୍ତ୍ରୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଅଭିଯୋଗ ପରେ ଘଟଣା ସ୍ଥଳ ରେ ଜୟପାଟଣା ପୋଲିସ, ସାଇଫିଣ୍ଟିକ ଟିମ ଓ ଡ଼ଗସ୍ବାଡ଼ ପହଂଚି ଘଟଣାର ଛାନଭିନ ଚଳାଇଛନ୍ତି।ଏଠାରେ ପ୍ରକାଶ ଥାଉକି କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଢୁଲୁଘାଟି ଘାଟି ଖୋଲିବା ପରେ ଏହି ଘାଟି ଅସାମାଜିକ ବ୍ୟକ୍ତି ବିଶେଷଙ୍କ ଆଡ୍ଡା ସାଜିଛି।କିଛିଦିନ ତଳେ ଏହି ଅଞ୍ଚଳରେ ଏଭଳି ଲୁଟ ହୋଇଥିଲା।ବର୍ତ୍ତମାନ କିଛି ଦିନ ନୀରବତା ପରେ ପୁଣି ସେଇଭଳି ଡକାୟତି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।
ରିପୋର୍ଟ—ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories