Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚହଲା ପାଣି ରେ ବୁଡି ମହିଳା ର ମୃତ୍ୟୁ, ପୋଲିସ ର ତଦନ୍ତ ଜାରି।

କଳାହାଣ୍ଡି:୦୮/୦୭
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରାଗୁଡା ଗ୍ରାମ ର ବବୃ ବାହାନ ପୋଢ଼ ଙ୍କ ସ୍ତ୍ରୀ ନୃପତି ପୋଢ଼(୫୫) ସୋମବାର ସକାଳୁ ଗାଁ ନିକଟରେ ଥିବା ଚାଷ ଜମି ରେ ଥିବା ଏକ କୂଅ (ଚହଲା) ରେ ଗାଧେଇଵା ପାଇଁ ଦୁଇ ଝିଅ ଙ୍କ ସହ ଯାଇଥିଲେ, ତେବେ ଅସାବଧାନତା କାରଣରୁ କୂଅ ରେ ଗଭୀର ପାଣି ରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ତାଙ୍କ ଝିଅ ମାନେ ପରିବାର ଲୋକ ଙ୍କୁ ଖବର ଦେବାପରେ ପରିବାର ଲୋକେ ପାଣି ରୁ ଉଦ୍ଧାର କରି ବିଫଳ ହେବାରୁ, ଏନେଇ କୋକସରା ପୋଲିସ କୁ ସୂଚନା ଦେଇଥିଲେ। ପରେ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି କୋକସରା ଦମକଳ କର୍ମଚାରୀ ଙ୍କ ସହାୟତା ରେ କୂଅ ରୁ ମୃତ ମହିଳା ଙ୍କ ମୃତଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିଲେ। ଏନେଇ କୋକସରା ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।
ରିପୋର୍ଟ—ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories