Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବ ନିର୍ବାଚିତ ଧର୍ମଗଡ ବିଧାୟକ ଙ୍କୁ ମୋଟେର ଗ୍ରାମବାସୀ ଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି:୧୦/୦୭
ଧର୍ମଗଡ ବିଧାନସଭା ରୁ ନିର୍ବାଚିତ ହୋଇଥିବା ବିଜେପି ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ ଙ୍କୁ କୋକସରା ବ୍ଲକ ମୋଟେର ପଞ୍ଚାୟତ ମୋଟେର ଗ୍ରାମବାସୀ ଙ୍କ ପକ୍ଷରୁ ମୋଟେର ଡାକ ବଙ୍ଗଳା ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସର ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ରେ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ଭାବେ ମେକ ଇନ ଇଣ୍ଡିଆ ଯୁବ ପ୍ରଭାରୀ ବଲାଙ୍ଗୀର ହିମାଂଶୁ ପଣ୍ଡା, ବିଜେପି ନାରିନେତ୍ରୀ କୁନ୍ତୀ ପାଳ, ମୋଟେର ମଣ୍ଡଳ ସଭାପତି ସ୍ୱୟଂବର ବାଗ, ସରୋଜ ଶବର, ଫକୀର ପାଟ୍ଟଯୋଶୀ,ନବ କିଶୋର ଦାସ, ବଜିନାଥ ପାଟ୍ଟଯୋଶୀ ମଞ୍ଚରେ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ପାଟ୍ଟଯୋଶୀ ନିଜ ଅଭିଭାଷଣ ରେ ମୋଟେର ପଞ୍ଚାୟତ ଓ ମୋଟେର ଗ୍ରାମବାସୀ ଙ୍କୁ ଧନ୍ୟବାଦ ଦେବାସହ ବିଧାୟକ ଭାବେ ନିର୍ବାଚିତ କରିଥିବାରୁ କୃତଜ୍ଞତା ଜଣାଇଥିଲେ। ଆଗାମୀ ଦିନରେ ଅଞ୍ଚଳ ରେ ରହିଥିବା ମୌଳିକ ସମସ୍ୟା ସମାଧାନ କରିବା ପାଇଁ ଜନ ସାଧାରଣ ଙ୍କ ସହଯୋଗ ଲୋଡିଥିଲେ।ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ଭୁବନେଶ୍ୱର ପଟେଲ ମଞ୍ଚ ପରିଚଲାନା କରିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ମୋଟେର ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ—ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories