Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ ବନାଞ୍ଚଳ ରେଞ୍ଜ ଅଧିକାରୀ ଙ୍କୁ ବଦଳି ପାଇଁ ଆରସିସିଏଫ ଙ୍କ ଦ୍ୱାରସ୍ଥ ହେଲେ ବନ ସୁରକ୍ଷା ମହାସଂଘ।

Kalahandi:12/07
କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ ବନାଞ୍ଚଳ ରେଞ୍ଜ ଅଧିକାରୀ ନିଯୁକ୍ତ ଥିବା ଭବାନୀ ଶଙ୍କର କାଉର ଜଙ୍ଗଲ ସୁରକ୍ଷା ନାଁ ରେ ଜଙ୍ଗଲ ସମ୍ପଦ କୁ ଜଙ୍ଗଲ ମାଫିଆ ଙ୍କ ହାତରେ ଟେକି ଦେଉଥିବା ଓ ଦୁର୍ନୀତି କୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରି ଗୁରୁବାର ସାହାଜଖୋଲା ବନ ସୁରକ୍ଷା ମହାସଂଘ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଭଗ ର ଆର ସିସି ଏଫ ଅଧିକାରୀ ଙ୍କ ନିକଟରେ ଦ୍ୱାରସ୍ଥ ହୋଇ ରେଞ୍ଜ ଅଧିକାରୀ ଙ୍କୁ ତୁରନ୍ତ ଧର୍ମଗଡ ବନାଞ୍ଚଳ ରୁ ବଦଳି କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ମତେ ଧର୍ମଗଡ ରେଞ୍ଜ ଅଧିକାରୀ ଭାବେ ଶ୍ରୀ କାଉର ଯୋଗଦେବା ପରଠୁ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ କୌଣସି ଆଖିଦୃଶିଆ ବନି କରଣ କିମ୍ବା ଉନ୍ନୟନ କାର୍ଯ୍ୟ ହୋଇନାହିଁ। ବନ ସୁରକ୍ଷା ମହାସଂଘ ସଂରକ୍ଷିତ ଜଙ୍ଗଲ ର ସୁରକ୍ଷା ପାଇଁ ବାରମ୍ବାର ରେଞ୍ଜ ଅଧିକାରୀ ଙ୍କୁ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ଜଙ୍ଗଲ ସୁରକ୍ଷା ବଦଳ ରେ ଜଙ୍ଗଲ ରେ କାଠ ମାଫିଆ ଓ ମକା ମାଫିଆ ଙ୍କୁ ପ୍ରଶ୍ରୟ ଦେଇ ମଧୁ ଚନ୍ଦ୍ରିକାରେ ଲିପ୍ତ ରହୁଥିବା ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ବେହେରା ଫରେଷ୍ଟ ସେକ୍ସନ ରେ ରେଞ୍ଜ ଅଧିକାରୀ ଵ୍ୟକ୍ତିଗତ ସ୍ୱାର୍ଥ କୁ ନେଇ ୪ ଜଣ ଫରେଷ୍ଟର ଅଦଳ ବଦଳ କରିବାରେ ତାଙ୍କ ହାତ ରହିଥିବା ଅଭିଯୋଗ ଆଣିଛନ୍ତି। ଏଣୁ ଏହିଭଳି ଦୁର୍ନୀତି ରେ ଲିପ୍ତ ଥିବା ରେଞ୍ଜ ଅଧିକାରୀ ଙ୍କୁ ତୁରନ୍ତ ବଦଳି କରିବା ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାହାଜଖୋଲ ବନ ସୁରକ୍ଷା ମହାସଂଘ ର ସଭାପତି ଭୁଜବଳ ସୋରି,ସମ୍ପାଦକ ଭଜମନ ନାଏକ,କୋଷାଧ୍ୟକ୍ଷ ନିରଞ୍ଜନ ବାଗ
ଭିଏସଏସ କମିଟିର ସଭାପତି କନକପୁର, ହିମାଞ୍ଚଳ ପୁଝାରି, ସଭାପତି ଚୋରନି ଦୁଆର ତ୍ରିନାଥ ପୋଟା,ଦାବିରୀଗୁଡା ସଭାପତି, ପରୀକ୍ଷିତ ବେଶ୍ରା, କରଙ୍ଗାପଡା ସଭାପତି ବେଣୁଧର ଦାସ,ଦ୍ରୋଣ ପୂଝାରୀ, ଗୋତମୁଣ୍ଡା ଓ କରାଡଙ୍ଗରି ସଭାପତି ସୁଭାଷ ଖରସେଲ ପ୍ରମୁଖ ଆରସିସିଏଫ କାର୍ଯ୍ୟାଳୟ ଭବାନୀପାଟଣା ରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।
ରିପୋର୍ଟ—ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories