Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱ ଆଦିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କଳାହାଣ୍ଡି:୧୭/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆଦିବାସୀ ସଙ୍ଘ ପକ୍ଷରୁ ଆସନ୍ତା ଅଗଷ୍ଟ ମାସ ୯ ତାରିଖରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳନ ପାଇଁ କୋକସରା ବ୍ଲକ ସଦର ମହକୁମା ଠାରେ ବୁଧବାର ଏକ ପ୍ରସ୍ତୁତି ବୈଠକ ବ୍ଲକ ସଭାପତି ହେମନ୍ତ କୁମାର ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରସ୍ତୁତି ବୈଠକ ରେ ବ୍ଲକ ର ଆଦିବାସୀ ସଙ୍ଘ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେବା ସହ ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ପାଳନ ପାଇଁ ଆଲୋଚନା କରିଥିଲେ। ବୈଠକରେ ଆଦିବାସୀ ସଙ୍ଘ ସମ୍ପାଦକ ତ୍ରିନାଥ ଶବର, ଉପଦେଷ୍ଟା ନୀଳକଣ୍ଠ ମାଝୀ, ଗରୁଡ଼ଧ୍ୱଜ ମାଝୀ, କେତନ ପାତ୍ର ସଦସ୍ୟ ମନୋଜ ନାଏକ, ରତନ ମାଝୀ, ଧର୍ମାନନ୍ଦ ନେଗି, ଭୁବନେଶ୍ୱର ଦିଶାରୀ, ତରୁଣ ମାଝୀ, କ୍ଷୀରସିନ୍ଧୁ ନେଗି ପ୍ରମୂଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories