Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଲିଃ ପକ୍ଷରୁ ରକ୍ତଦାନ ଶିବିର

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଯୋରାଡଵରା ପକ୍ଷରୁ ଶୁକ୍ରବାର ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟିକା ମନୋରମା ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି,ବି ଆର ସି ଏସ ପ୍ରମୋଦ କୁମାର ସାହୁ,ଏ ଆର ସି ଏସ ମଧୁ ସୂଦନ ମେହେର ,ସମବାୟ ସମିତିର ସଭାପତି ଦେବରାଜ ରଣା, ଗୋବିନ୍ଦ ପ୍ରସାଦ ଶତପଥୀ ,ପଲମ ପଞ୍ଚାୟତ ପୂର୍ବତନ ସରପଞ୍ଚ ମହେନ୍ଦ୍ର ଭୋଇ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ମୋଟ ୪୨ ୟୂନିଟ ରକ୍ତ ସଂଗୃହୀତ ହୋଇଥିଲା ରକ୍ତ ଦାନ ଶିବିର ରେ ,ସମିର ରାଉତ, ,ଭୈରବ ସାହୁ,ଅମର ବେହେରା, ସମ୍ପାଦକ ସୁମନ୍ତ ସାହୁ,ଡିଇଓ ସଂଜୟ ସାହୁ,ରିଙ୍କୁ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ