Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭା ବିଡ଼ିଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ତରଭା, ୨୦/୪ ତରଭା ବ୍ଲକ ବିଡ଼ିଓ ବିନୟ କୁମାର ପଟେଲଙ୍କୁ ତରଭା ବ୍ଲକ ପଞ୍ଚାୟତିରାଜ ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱାରା ଗୁରୁବାର ସନ୍ଧ୍ୟାରେ ବିଦାୟୀ କାଳୀନ ସମ୍ବଦ୍ଧନା ଜ୍ଞାପନ କରାଯାଇଛି।ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ସଂଘ ସଭାପତି ଗଣନାଥ ସାହୁ,ନର୍ମଦା ମିଶ୍ର, ଅଶ୍ବିନୀ ବିଶି, ମନମୋହନ ସାହୁ, ଆର୍ତ୍ତତ୍ରାଣ ବଗର୍ତ୍ତି,କୁଶଳେଶ୍ୱର ପାଣ୍ଡେ, କୁନ୍ତଳା ରଣା,ରାମ ସାହୁ, ଲୋକନାଥ ଦଳବେହେରା,ମାର୍କଣ୍ଡ ନାଗ,ହେମନ୍ତ ମାଝୀ,କଳିଙ୍ଗ ଦେହେରି,ହେମନ୍ତ ନାଗ,ଭୁବନ ଦନ୍ତା,ବିଭୁତି ଝାଙ୍କର,ରମେଶ ସାହୁ,ପବିତ୍ର ମିଶ୍ର,ଶତ୍ରୁଘ୍ନ ପୃଷ୍ଟି,ଦୁଃଶାସନ ସାହୁ,ବିଜୟ ନାୟକ, ଗଣ୍ଡାରାମ ବାଘ,ପ୍ରମୁଖ ବିଦାୟୀ ବିଡ଼ିଓ ଶ୍ରୀ ପଟେଲଙ୍କ କାର୍ଯ୍ୟକାଳରେ ତରଭା ବ୍ଲକରେ ସମ୍ପନ୍ନ ହୋଇଥିବା କାର୍ଯ୍ୟର ପ୍ରଶଂସା କରିବା ସହ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।ଏହି ଅବସରରେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା।ସୂଚନା ଯୋଗ୍ୟଯେ ଅଗଷ୍ଟ ୨୦୨୧ରେ ତରଭା ବ୍ଲକ ବିଡ଼ିଓ ଭାବେ ଶ୍ରୀ ପଟେଲ ତାଙ୍କର ଚାକିରୀ ଜୀବନ ଆରମ୍ଭ କରିଥିଲେ।ତାଙ୍କର ଆମାୟିକ ବ୍ୟବହାର ଓ କାର୍ଯ୍ୟଦକ୍ଷତା ଯୋଗୁଁ ସମସ୍ତ ମହଲରେ ପରିଚିତ ହୋଇଥିଲେ।ଗତ ୨୦.୪.୨୩ରେ ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ବଦଳି ହୋଇଯାଇଛି।ଶୁକ୍ରବାର ଅପରାହ୍ନରେ ବ୍ଲକ ଏବିଡିଓ ନିରଞ୍ଜନ ନାଏକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।ଏହି ଅବସରରେ ବ୍ଲକ କର୍ମଚାରୀଙ୍କ ତରଫରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।