Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁରୁ ପୂର୍ଣ୍ଣିମା ଅବସରରେ ସତ୍ୟ ସାଇ ସଙ୍ଗଠନ ପକ୍ଷରୁ ବୃକ୍ଷ ରୋପଣ।

କଳାହାଣ୍ଡି:୨୨/୦୭
ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀ ସତ୍ୟ ସାଇ ସେବା ସଙ୍ଗଠନ ଓଡ଼ିଶା କଳାହାଣ୍ଡି ଆନୁକୁଲ୍ୟରେ ଜୟପାଟଣା ସମିତି ଆନୁକୂଲ୍ୟରେ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଁଳୀ ଗ୍ରାମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଦିନକୁଦିନ ଜଙ୍ଗଲ କ୍ଷୟ କାରଣରୁ ପ୍ରାକୃତିକ ପରିବେଶ ପ୍ରଦୂଷଣ ହେବା ଋତୁ ପରିବର୍ତ୍ତନ ହୋଇ ସହ ତାପ ମାତ୍ରା ବୃଦ୍ଧି ପାଉଛି। ବୃକ୍ଷ ରୋପଣ କଲେ ସମସ୍ତ ଜୀବ ଜନ୍ତୁ ଓ ପୃଥିବୀ ମାତା ଶାନ୍ତି ହେବା ବୋଲି ସତ୍ୟସାଇ ଟ୍ରଷ୍ଟ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ସଭାପତି ବେଣୁଧର କୁମାର, ରାଜ୍ୟ ଉପ ସଭାପତି ପ୍ରତାପ ଚନ୍ଦ୍ର ମହାନ୍ତି ଓ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଏବଂଜିଲ୍ଲାର ବିଭିନ୍ନ ସମିତି ର କନଭେନର ଓ ଜିଲ୍ଲା ସତ୍ୟସାଇ ଅନୁଷ୍ଠାନ ର ଭାଇ ଭଉଣୀ ଉପସ୍ଥିତି ଥିଲେ।ଏହି ଅବସର ରେ ୧ ହଜାର ଗଛ ରୋପଣ କରାଯାଇଛି।
ରିପୋର୍ଟ—ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories