ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ମାଡ଼ି ବସିଲେ ଭିଜିଲାନ୍ସ ଟିମ୍


ଅନୁଗୁଳ: ପୋଖରୀ ବିଲ୍ କରି ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସରପଞ୍ଚ ଓ ତାଙ୍କ ସ୍ବାମୀ । ଅଭିଯୁକ୍ତ ହେଲେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସୁସୁବା ପଞ୍ଚାୟତର ସରପଞ୍ଚ ମାମାଲି ସାମଲ। ତାଙ୍କ ସ୍ବାମୀଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖି ପଚରାଉଚରା କରୁଛି । ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ସରପଞ୍ଚଙ୍କ ଅଫିସ ଓ ଘରେ ଚଢ଼ାଉ କରିଛି ।

‘ମୋ ପୋଖରୀ’ ଯୋଜନାର ବିଲ୍ ପାସ କରାଇ ଦେବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ୨୦ ହଜାର ଲାଞ୍ଚ ମାଗିଥିଲେ ସରପଞ୍ଚ । ଏନେଇ ଅନୁଗୁଳ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ ହିତାଧିକାରୀ ଜଣଙ୍କ । ଏହାପରେ ଯୋଜନା ମୁତାବକ ଗତକାଲି ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କଠାରୁ ସରପଞ୍ଚ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ ।