Stree 3: ୨୦୨୮ରେ ରିଲିଜ ହେବ ‘ସ୍ତ୍ରୀ -୩’ ଏଥର କାହାଣୀରେ ରହିଛି ବଡ଼ ସରପ୍ରାଇଜ୍! ନିର୍ମାତା ଦେଲେ ନୂଆ ଅପଡେଟ୍
ମୁମ୍ବାଇ: ‘Stree 3’କୁ ନେଇ ଅପେକ୍ଷା କରୁଥିବା ଫ୍ୟାନ୍ସଙ୍କ ପାଇଁ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ନିର୍ମାତା Dinesh Vijan FICCI Frames 2026ରେ କହିଛନ୍ତି ଯେ ‘Stree 3’ ୨୦୨୮ରେ ରିଲିଜ୍ ହେବ। ଏହା ପୂର୍ବରୁ ଫିଲ୍ମଟି ୨୦୨୭ରେ ଆସିବ ବୋଲି ଘୋଷଣା ହୋଇଥିଲା।
ନିର୍ଦ୍ଦେଶକ Amar Kaushik ପ୍ରଥମେ Vicky Kaushalଙ୍କ ‘Mahavatar’ରେ କାମ କରିବେ। ଏହି ଫିଲ୍ମରେ ଭଗବାନ ପର୍ଶୁରାମଙ୍କ କାହାଣୀ ଦେଖାଯିବ। ‘Mahavatar’ର କାମ ଶେଷ ହେବା ପରେ ୨୦୨୭ ଶେଷ ଭାଗରେ ‘Stree 3’ର ଶୁଟିଂ ଆରମ୍ଭ ହୋଇପାରେ।
‘Stree 3’ର କାହାଣୀ ନେଇ ମଧ୍ୟ Dinesh Vijan ବଡ଼ ସରପ୍ରାଇଜ୍ ଦେଇଛନ୍ତି। ସେ କହିଛନ୍ତି ଯେ Amar Kaushik ସ୍କ୍ରିପ୍ଟ ଲେଖିସାରିଛନ୍ତି ଏବଂ ଫିଲ୍ମ କେଉଁଠୁ ଆରମ୍ଭ ହେବ ଓ କେଉଁଠି ଶେଷ ହେବ, ତାହା ଦର୍ଶକଙ୍କ ପାଇଁ ‘complete revelation’ ହେବ। ୨୦୨୮ରେ Independence Day କିମ୍ବା Christmas ସମୟରେ ଫିଲ୍ମ ଆସିପାରେ ବୋଲି ସେ ସଙ୍କେତ ଦେଇଛନ୍ତି।

