କାଠ ଚୋରି ମାମଲା: ୨୭ ବର୍ଷ ଶୁଣାଣି, ଗୋଟିଏ ଦିନ କାରାଦଣ୍ଡ


ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଏକ କୋର୍ଟ ମାମଲା ଏବେ ଦେଶରେ ବେଶ ଚର୍ଚ୍ଚାରେ । କାରଣ ମାମଲାର ବିଜାର ୨୭ ବର୍ଷ ଚାଲିଲା । ବିଚାର ସରିବା ପରେ ଅଭିଯୁକ୍ତଙ୍କୁ ମିଳିଛି ମାତ୍ର ଗୋଟିଏ ଦିନ ଲେଖାଏଁ ଜେଲଦଣ୍ଡ । ଆଉ ଏହାସହ ୧୫ ଶହ ଟଙ୍କାର ଆର୍ଥିକ ଜରିମାନା କରିଛନ୍ତି କୋର୍ଟ । ଶୁଣିଲେ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ ।

ସତ୍ୟ ଅନୁସାରେ, ଏହି କାଠ ଚୋରି ମାମଲା ୧୯୯୭ ମସିହାର । ବୃଜମନଗଞ୍ଜ ଥାନା ଅଞ୍ଚଳର ଫୁଲମନହା ଗାଁର ଆୟୁବ ଓ ସରିଫ ନାମକ ଦୁଇ ବ୍ୟକ୍ତିଙ୍କ ଘରୁ ଚୋରା କାଠ ଜବତ ହୋଇଥିଲା । ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ୍ ଉଭୟଙ୍କୁ ଗିରଫ କରିଥିଲା । ମାମଲାର ଶୁଣାଣି ଗତ ୨୭ ବର୍ଷ ଧରି ଚାଲିଥିବା ବେଳେ ଏବେ ତାହାର ରାୟ ପ୍ରକାଶ ପାଇଛି । ଦୁଇ ଅଭିଯୁକ୍ତଙ୍କୁ ଦିନେ ଲେଖାଏଁ କାରାଦଣ୍ଡ ସହ ୧୫ଶହ ଲେଖାଏଁ ଟଙ୍କାର ଆର୍ଥିକ ଦଣ୍ଡ ଦିଅଯାଇଛି ।