Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋତୋମୁଣ୍ଡା ରୁ ଦାହିମାଲ ରାସ୍ତା ନିର୍ମାଣ କାର୍ଯ୍ୟ ରେ ମନ୍ଥରତା,ଯାତାୟାତ ରେ ଅସୁବିଧା ଭୋଗୁଛନ୍ତି ଦୁଇ ଜିଲ୍ଲା ର ଲୋକେ।

କଳାହାଣ୍ଡି:୨୫/୦୭
କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ଗମନାଗମନ କୁ ଦୃଷ୍ଟି ରେ ରଖି ପୂର୍ବତନ ରାଜ୍ୟ ସରକାରଙ୍କ ଦ୍ୱାରା ଗୋତୋମୁଣ୍ଡା ଠାରୁ ଡାହିମାଲ ରାସ୍ତା ନିର୍ମାଣ ପାଇଁ ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ରାସ୍ତା ନିର୍ମାଣ ଦାୟିତ୍ୱ ମିଳିଥିବା ବେଳେ ବିଭାଗୀୟ ଅଟକଳ ୭ କୋଟି ୫୧ ଲକ୍ଷ ୩୨ ହଜାର ୮୨୧ ଟଙ୍କା ବ୍ୟୟବରାଦ ରେ କାର୍ଯ୍ୟ ଗତକିଛି ମାସ ତଳେ ଆରମ୍ଭ ହୋଇଥିଲା। ତେବେ ରାସ୍ତା ନିର୍ମାଣ ସମ୍ପାଦନ ଠିକାସଂସ୍ଥା ପକ୍ଷରୁ ରାସ୍ତା ନିର୍ମାଣ ରେ ଅହେତୁକ ବିଳମ୍ବ ଯୋଗୁଁ ଅଞ୍ଚଳବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତା ଦେଇ ନବରଙ୍ଗପୁର ଜିଲ୍ଲା ଡ଼ାହିମାଲ, ଡାହିନୀଗୁଡା,ଭିତର କରମେଲି, ବାହାର କରମେଲି, ଚକଳା ପଦର, ତରବେଡା,ଚଚା ଗ୍ରାମ ର ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ରାସ୍ତା ନିର୍ମାଣ ଅଧ ପହନ୍ତରିଆ କାରଣ ରୁ ଯାତାୟାତ ରେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା ଓ ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା କୁ ଅଭିଯୋଗ ପରେ ମଧ୍ୟ ରାସ୍ତା କାର୍ଯ୍ୟ ଆରମ୍ଭ କରିବାରେ ତତ୍ପରତା ଦେଖାଉନଥିବା ନେଇ ସ୍ଥାନୀୟ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ ଅଭିଯୋଗ କରିଛନ୍ତି।ଏହି ରାସ୍ତା ନିର୍ମାଣ ହେଲେ ଅଞ୍ଚଳବାସୀ ଙ୍କ ଦିର୍ଘ ଦିନ ର ସ୍ୱପ୍ନ ସାକାର ହେବ,କାରଣ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ମଧ୍ୟରେ ରହିଛି ସାମାଜିକ, ଅର୍ଥନୈତିକ,ଭାଇଚାରା ର ସମ୍ପର୍କ, ଧର୍ମଗଡ଼ ଓ କୋକସରା ବ୍ଲକ, ଦଣ୍ଡପାଟ ଅଞ୍ଚଳ ର ହଜାର ହଜାର ଲୋକଙ୍କ ଙ୍କ ନବରଙ୍ଗପୁର ଜିଲ୍ଲା ସହିତ ବନ୍ଧୁବାନ୍ଧବ ସମ୍ପର୍କ ରହିଛି। ଦୁଇ ଜିଲ୍ଲା ର ଜନସାଧାରଣ ମାନେ ଗମନାଗମନ ପାଇଁ ଡାହିମାଲ ଓ ଗୋତୋମୁଣ୍ଡା ମଧ୍ୟରେ ରାସ୍ତା ଉପରେ ନିର୍ଭରଶୀଳ ତେବେ କାହିଁକି ରାସ୍ତା ନିର୍ମାଣ ଅଧା ରୁ ଅଟକି ଯାଇଛି ତାହାକୁ ନେଇ ସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ନବରଙ୍ଗପୁର ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ଠିକାସଂସ୍ଥା କୁ ନିର୍ଦ୍ଦେଶ ଦେବାକୁ ଅଞ୍ଚଳବାସୀ ମାନେ ଦାବି କରିଛନ୍ତି।
କଳାହାଣ୍ଡି ରୁ ସନତ କୁମାର ପ୍ରଧାନୀ ଙ୍କ ରିପୋର୍ଟ
ଓଡିଶା ଡଟ ନ୍ୟୁଜ…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories