Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଳପାଲି ୟୁପି ସ୍କୁଲ ରେ ଶିକ୍ଷା ସପ୍ତାହ ପାଳନ

କଳାହାଣ୍ଡି:୨୫/୦୭
କେନ୍ଦ୍ରସରକାର ଙ୍କ ଜାତୀୟ ଶିକ୍ଷାନୀତି 2020 ର ଚାରିବର୍ଷ ଫୁର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ନୂଆଦିଲ୍ଲୀ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ସ୍କୁଲ ଓ ଗଣ ଶିକ୍ଷା ବିଭାଗ ତରଫରୁ ରାଜ୍ୟ ର ପ୍ରତେକ ବିଦ୍ୟାଳୟରେ ଶିକ୍ଷା ଶପଥ ତା ୨୨.୭.୨୪ ରିଖ ଠାରୁ ତା ୨୮.୭.୨୪ରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଜୟପାଟଣା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରେଙ୍ଗାଲପାଲି ଠାରେ ପ୍ରଥମ ଦି ଏଫ୍ ଏଲ୍ ଏନ କାର୍ଯ୍ୟକ୍ରମରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ, ଦୂତୀୟ ଦିନରେ ଏଫ୍ ଏଲ ଏନ୍ ଶିକ୍ଷଣ, ତୃତୀୟ ଦିନରେ ଖେଳକୁଦ କାର୍ଯ୍ୟକ୍ରମ ଆଜି ଚତୁର୍ଥ ଦିବସରେ ସାଂସ୍କୃତିକ ଦିବସ ଜୋର୍ ସୋର୍ ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଉତ୍ସାହ ସହ ପାଳନ କରୁଛନ୍ତି।ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପର୍ଶୁରାମ ବାଣୁଆ, ଶଶିଭୂଷଣ ଦଳପତି,କୋଟେଶ୍ୱର୍ ରାଓ, ଦେବାଶିଷ ମହାପାତ୍ର, ସୁଜିତ୍ ସାହୁ,ଉଦ୍ଧବ ବାଗ,ଧରିତ୍ରୀ ଦାସ,ନିବେଦିତା ବାଣୁଆ, ଦିବ୍ୟାସିନି ଦୂର୍ଗା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି। କାର୍ଯ୍ୟକ୍ରମରେ ଅଭିଭାବକ,ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ରହି ସହଯୋଗ କରୁଛନ୍ତି।ଆଗକୁ ପୋଷଣ ଦିବସ,ଇକୋ କ୍ଲବ,ସମୁଦାୟ ସହଯୋଗ ଦିବସ ଅଛି।ସେହି ସବୁ କାର୍ଯ୍ୟକ୍ରମର ଆଗୁଆ ପ୍ରସ୍ତୁତି ସାରିଛି ବୋଲି ପ୍ରଧାନ ଶିକ୍ଷକ ସ୍ପଷ୍ଟ କରିଛନ୍ତି।ସଭାପତି ଉମାଶଙ୍କର ଦୀପ ସକ୍ରିୟ ସହଯୋଗ କରିଛନ୍ତି।
ସମ୍ବାଦଦାତା—ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ