Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବମାନନା ମାମଲା: ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିବେ ଅର୍ଣ୍ଣବ ଗୋସ୍ଵାମୀ

ନୂଆଦିଲ୍ଲୀ: ସମାଚାର ଚ୍ୟାନେଲ ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ଵାମୀ ଦ ଏନର୍ଜି ଆଣ୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟର ପୂର୍ବତନ କାର୍ଯ୍ୟକାରୀ ଉପାଧ୍ୟକ୍ଷ ଆରକେ ପଚୌରୀଙ୍କ ଦ୍ଵାରା କିଛି ଗଣମାଧ୍ୟମ ଚ୍ୟାନେଲ ବିରୋଧରେ ଦାୟର ୨୦୧୬ର ଅବମାନନା ମାମଲାରେ ସତ୍ୟପାଠ ଦାଖଲ କରି ନିଃସର୍ତ୍ତ କ୍ଷମା ମାଗିବେ ବୋଲି ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି। ଲାଇଭ୍ ଲର ରିପୋର୍ଟ ଅନୁଯାୟୀ, ଗୋସ୍ଵାମୀ ସେ ସମୟରେ ଟାଇମ୍ସ ନାଓର ମୁଖ୍ୟ ସଂପାଦକ ଥିଲେ। ତାଙ୍କ ବ୍ୟତୀତ ବେନେଟ୍ ଆଣ୍ଡ କୋଲମ୍ୟାନ, ଦ ଇକୋନୋମିକ୍ସ ଟାଇମ୍ସ, ରାଘଭ ଓହରୀ ଏବଂ ପ୍ରଣୟ ରୟଙ୍କ ବିରୋଧରେ ମଧ୍ୟ ଯାଚିକା ଦାୟର କରାଯାଇଥିଲା।

ଅର୍ଣ୍ଣବ ଗୋସ୍ଵାମୀଙ୍କ ପକ୍ଷରୁ ଉପସ୍ଥିତ ଆଡଭୋକେଟ୍ ମାଲଭିକା ତ୍ରିବେଦୀ ଏପ୍ରିଲ ୧୭ରେ ଜଷ୍ଟିସ ମନମୀତ ସିଂ ଆରୋରାଙ୍କ ଜଣିକିଆ ଖଣ୍ଡପୀଠକୁ କହିଛନ୍ତି ଯେ, ସେ ଗୋଟିଏ ସପ୍ତାହ ଭିତରେ ନିଃସର୍ତ୍ତ କ୍ଷମା ମାଗି ସତ୍ୟପାଠ ଦାଖଲ କରିବେ। ଦ ଇକୋନୋମିକ ଟାଇମ୍ସ ଏବଂ ରାଘବ ଓହରୀଙ୍କ ପକ୍ଷରୁ ହାଜର ଓକିଲ ମଧ୍ୟ ଅଦାଲତଙ୍କୁ ସୂଚିତ କରାଇଛନ୍ତି ଯେ, ସେ ପୂର୍ବରୁ ହିଁ ନିଃସର୍ତ୍ତ କ୍ଷମା ମାଗିବା ସହ ସତ୍ୟପାଠ ଦାଖଲ କରି ସାରିଛନ୍ତି।

୨୦୨୦ରେ ଆରକେ ପଚୌରୀଙ୍କ ନିଧନ ହୋଇ ସାରିଛି। ଗଣମାଧ୍ୟମ ଜାଣିଶୁଣି ତାଙ୍କ ଛବି ଖରାପ କରିଛନ୍ତି। ତିରସ୍କାରପୂର୍ବକ ଅଦାଲତଙ୍କ ଆଦେଶ ଅବହେଳା କରିଛନ୍ତି। ଏଥିରେ ଯୌନ ଉତ୍ପୀଡନ ଅଭିଯୋଗ ସଂପର୍କରେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ଖବର ପ୍ରସାରଣ ନକରିବାକୁ କୋର୍ଟ ରୋକ୍ ଲଗାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ