Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଗା ପାନୀୟ ଜଳ ପ୍ରକଳ୍ପ ପାଇପ ଲାଇନ ପୋତା ରୁ ରାସ୍ତା ର ଅବସ୍ଥା ଶୋଚନୀୟ, ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା।

କଳାହାଣ୍ଡି:୨୬/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ୨୨ ପଞ୍ଚାୟତ କୁ ମେଗା ପାନୀୟ ଜଳ ପ୍ରକଳ୍ପ ରୁ ଜଳ ଯୋଗାଣ ପାଇଁ ଠିକାସଂସ୍ଥା ପକ୍ଷରୁ କାର୍ଯ୍ୟ ଜାରି ରହିଥିବା ବେଳେ ଗ୍ରାମାଞ୍ଚଳ କୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରେ ନିର୍ମାଣ ଧୀନ ରାସ୍ତା କଡ଼ ରେ ଗାତ ଖୋଳି ପାଇପ ଲାଇନ ବିଛାଇବା କାର୍ଯ୍ୟ କରୁଥିବା ବେଳେ ବର୍ଷା ଦିନ ରେ ରାସ୍ତା ରେ ମାଟି ପଡି କାଦୁଅ ହେବାସହ ରାସ୍ତା ଦେଇ ଯାତାୟାତ ରେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଜନ ସାଧାରଣ। କୋକସରା ବ୍ଲକ ଜାତୀୟ ରାଜପଥ ୨୬ କାଦୋପଦର ଛକ ରୁ ନୂଆଗୁଡା କୁ ଯାଇଥିବା ରାସ୍ତାରେ ଏବେ ପାଇପ ପୋତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରାସ୍ତା କଡରେ ମାଟି ହୋଇ ବର୍ଷା ଯୋଗୁଁ ପରସ୍ତ ପରସ୍ତ କାଦୁଅ ରାସ୍ତାରେ ପଡି ରହିବା କାରଣରୁ ଲୋକଙ୍କ ଯାତାୟାତ ରେ ନାହିଁ ନଥିବା ଅସୁବିଧା ଦେଖା ଦେଇଛି। ବର୍ତ୍ତମାନ ଚାଷ ସମୟ ହୋଇଥିବା ବେଳେ ଏହି ରାସ୍ତା ଦେଇ ଚାଷୀ ସାର ବିହନ ନେବାପାଇଁ ନିର୍ଭର କରେ।ପୁଣି କୋକସରା ବ୍ଲକ ସଦର ମହକୁମା କୁ ଯିବାପାଇଁ ଏହି ରାସ୍ତା ଦେଇ ନୂଆଗୁଡା,କାଦୋପଦର,ଚିଲ ଡ଼ଙ୍ଗରି,ଫୁଫଗା,କାଶିବାହଲ ଅଞ୍ଚଳ ର ଜନ ସାଧାରଣ ପ୍ରତିଦିନ ନିର୍ଭରଶୀଳ ରହୁଥିବା ବେଳେ ରାସ୍ତା ରେ କାଦୁଅ ହୋଇଥିବା କାରଣରୁ ଅନେକ ହଇରାଣ ହେବାକୁ ପଡୁଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ମାନେ। ଠିକାସଂସ୍ଥା ଏ ଦିଗରେ ଯତ୍ନବାନ ହୋଇ ରାସ୍ତା କଡ଼ କୁ ଛାଡ଼ି ପାଇପ ଲାଇନ ବିଛାଇବା ଓ ଖୋଳୁଥିବା ଗାତ କୁ ଭଲ ଭାବରେ ସମତୁଲ କରିବା ପାଇଁ ଲୋକେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories