Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡ଼ ବିକାଶ ମଞ୍ଚ ର ଜରୁରୀ ବୈଠକ:୨୮ରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ବରଗଡ଼:ବରଗଡ଼ର ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ, ରାସ୍ତାଘାଟ, ବିଦ୍ୟୁତ ଏବଂ ପାନୀୟ ଜଳ ଇତ୍ୟାଦି ମୌଳିକ ସମସ୍ୟା ଗୁଡିକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କାରି ସମାଧାନ ଦିଗ ରେ ଲଗାତାର ଭାବରେ ପ୍ରୟାସ କାରି ଆସି ଥିବା ଅଗ୍ରଣୀ ସାମାଜିକ ସଂଗଠନ ବରଗଡ଼ ବିକାଶ ମଞ୍ଚ ପକ୍ଷରୁ ଆଗାମୀ କାର୍ଯ୍ୟକ୍ରମ ବିଷୟ କୁ ନେଇ ଶ୍ରୀ ମନୋରଞ୍ଜନ ପୂଜାରୀ ଙ୍କ ବାସଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ବିକାଶ ମଞ୍ଚ ସଭାପତି ସର୍ଦାର ପ୍ରିତମ ସିଂ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ସମ୍ପାଦକ ଅଭିଜିତ ପ୍ରତିହାର ବିଗତ ସମୟ ରେ ବିଭିନ୍ନ ସମସ୍ୟା କୁ ନେଇ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ସମାଧାନ ଦିଗ ରେ ସଫଳତା ଲାଭ କାରି ଥିବା ବିଷୟ ରେ ଉଲ୍ଲେଖ କରି ଥିଲେ । ତା ସଙ୍ଗେ ସଙ୍ଗେ 28 ଜୁଲାଇ ରବିବାର ଦିନେ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ମେଗା ବୃକ୍ଷାରୋପଣ “ମାଁ ପାଇଁ ଗଛଟିଏ”- କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସଦସ୍ୟ ଗୋବିନ୍ଦ ଦାଶ ଓ ମନୋରଞ୍ଜନ ପୂଜାରୀ ଙ୍କ ପ୍ରସ୍ତାବ କୁ ଗ୍ରହଣ କରାଯାଇଥିଲା । ଆଗାମୀ ସମୟରେ ମଞ୍ଚ ପକ୍ଷରୁ ବିଭିନ୍ନ ଦିଗରେ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରା ଯାଇ ଥିଲା.। ଏହି ଅବସରରେ ବରଗଡ଼ ର ଜଣାଶୁଣା ସମାଜସେବୀ ଶ୍ରୀମତୀ ନିବେଦିତା ପୂଜାରୀ, ଖୁଶବୁ ଶର୍ମା, ଭାଗ୍ୟ ଲଷ୍ମୀ ଦୋରା, ତୁଳସୀ ଚରଣ ଦାଶ, ଦେବୀ ପଟ୍ଟନାୟକ, ନବକୃଷ୍ଣ ମିଶ୍ର ଙ୍କୁ ନୂତନ ସଦସ୍ୟ ଭାବରେ ସ୍ଵାଗତ କରା ଯାଇଥିଲା.।
ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରାମକୃଷ୍ଣ ମେହେର,ଆଶୁତୋଷ ରଥ,ମହମ୍ମଦ ଆସଲମ, ସନ୍ତୋଷ ଦାଶ ଆଦି ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।ଶେଷରେ ଖୁସବୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ