Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୀବନ ଦେଇଦେବି ମାତ୍ର ଦେଶକୁ ବିଭାଜନ ହେବାକୁ ଦେବିନି- ବିଜେପିକୁ ମମତାଙ୍କ ଟାର୍ଗେଟ୍

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ କୋଲକାତାରେ ଇଦ-ଉଲ-ଫିତର ଅବସରରେ କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାଣିତ ସ୍ଵରରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ମୁଁ ନିଜର ଜୀବନ ଦେଇ ଦେବି ହେଲେ ଦେଶକୁ ବିଭାଜନ ହେବାକୁ ଦେବିନି।

ମମତା କହିଛନ୍ତି, ଆମେ ପଶ୍ଚିମବଙ୍ଗରେ ଶାନ୍ତି ଚାହୁଁଛୁ। ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁନୁ। ମୁଁ ଇଦରେ ପ୍ରତିଶ୍ରୁତି ଦେଉଛି ଯେ, ଯିଏ ଦେଶକୁ ବିଭାଜନ କରିବାକୁ ଚାହୁଁଛି, ମୁଁ ସେମାନଙ୍କୁ ଦେଶ ଖଣ୍ଡ ଖଣ୍ଡ ହେବାକୁ ଦେବିନି। ଟିଏମସିର କାର୍ଯ୍ୟକର୍ତ୍ତା କହିବାକୁ ଚାହୁଁଛି ଯେ, ଶାନ୍ତ ରୁହନ୍ତୁ, କାହାରି କଥା ଶୁଣନ୍ତୁ ନାହିଁ। ଗଦାର ଦଳ ସହ ଆମକୁ ଲଢିବାର ଅଛି, ମୋତେ ଏଜେନ୍ସି ସହ ଲଢିବାର ଅଛି। ଗଣତନ୍ତ୍ର ଯଦି ଭୁଶୁଡି ଯିବ ସବୁ କିଛି ନଷ୍ଟ ହୋଇଯିବ। ଆଜି ସମ୍ବିଧାନ ବଦଳିବାରେ ଲାଗିଛି, ଇତିହାସ ବଦଳା ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ପ୍ରମୁଖ ବୁଧବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ନିଶାନା କରିଛନ୍ତି। ସେ ଶୁଭେନ୍ଦୁ ଅଧିକାରୀଙ୍କ ନାମ ନନେଇ କହିଛନ୍ତି, କେହି ଜଣେ ନେତା କହୁଥିଲେ ଟିଏମସି ଜାତୀୟ ଦଳ ମାନ୍ୟତା ହରାଇବା ପରେ ମୁଁ କୁଆଡେ ଅମିତ୍ ଶାହଙ୍କୁ ଚାରି ଥର ଫୋନ କରିଥିଲି। ଜାତୀୟ ମାନ୍ୟତା ଦେବାକୁ ଅନୁରୋଧ କରିଥିଲି। ଯଦି ଏହା ପ୍ରମାଣିତ ହୋଇଯାଏ ମୁଁ ରାଜନୀତି ଛାଡିବାକୁ ପ୍ରସ୍ତୁତ ବୋଲି ମମତା କହିଛନ୍ତି।