Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବର୍ଷା ଜଳ ନିଷ୍କାସନ ପାଇଁ ଏନଏସି ତରଫରୁ ଡ୍ରେନ ସଫା

ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): ବର୍ଷା ଦିନରେ ବିଭିନ୍ନ ସ୍ଥାନରେ ବର୍ଷା ଜଳ ନିଷ୍କାସନ ହୋଇନପାରି ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହେବା ସହ ଧନ ଜୀବନ ନଷ୍ଟ ହେବାର ନଜିର ଥିବାବେଳେ ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ତରଫରୁ ବର୍ଷାଜଳ କିପରି ସହଜରେ ନିଷ୍କାସନ ହୋଇପାରିବ ସେ ନେଇ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ଷା ଆରମ୍ଭରୁ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ସହରରେ ଥିବା ଡ୍ରେନ ଗୁଡିକୁ ସଫା କରାଯାଇଛି, ଯେପରି ବର୍ଷା ଜଳ ସହଜରେ ନିଷ୍କାସନ ହୋଇପାରିବ। ସେଥିପାଇଁ ପରିଷଦର ସଫେଇ କର୍ମଚାରୀମାନେ ଡ୍ରେନ ସଫା କରିବାରେ ଲାଗି ପଡିଥିବା ବେଳେ ପୋତି ହୋଇଯାଇଥିବା ଡ୍ରେନ ଉପରୁ ପ୍ଳେଟ ଉଠାଇ ସଫା କରାଯାଇଛି। ଏଥିସହିତ ସହରକୁ ସ୍ବଛ ରଖିବା ଏବଂ ଡେଙ୍ଗୁ ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଅପରିଷ୍କାର ସ୍ଥାନକୁ ମଧ୍ୟ ପରିଷ୍କାର କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ