Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପଦ ସଂକୁଳ ଅବସ୍ଥାରେ ପ୍ରାଥମିକ ବିଦ୍ୟାଳୟର ରୋଷେଇ ଗୃହ

କନ୍ଧମାଳ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାହିରେଜୁ ପଞ୍ଚାୟତ ଗବର ନଳା ଗାଁରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୭୯ ମସିହାରେ ନିର୍ମାଣ ସହ ସ୍ଥାପିତ ହୋଇଛି। ବିଦ୍ୟାଳୟଟି ଗାଁରେ ଥିବା ଏକ ନାଳ ନିକଟରେ ରହିଛି। ବିଦ୍ୟାଳୟରେ ବହୁ ସମସ୍ୟା ରହିଛି। ବର୍ଷା ଦିନରେ ବିଦ୍ୟାଳୟ ଭିତରେ ମଧ୍ୟ ପାଣି ପଶୁଥିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିବା ବେଳେ ବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ପାଚେରୀଟିଏ ମଧ୍ୟ ନିର୍ମାଣ ହୋଇ ପାରିନାହିଁ। ଯାହାଦ୍ୱାରା ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ଅଛନ୍ତି। ସବୁଠାରୁ ବଡ଼ ସମସ୍ୟା ହେଉଛି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ରହିଥିବା ରୋଷେଇ ଗୃହ ଦୀର୍ଘ ଦିନ ହେବ ଭାଙ୍ଗି ଥିଲେ ମଧ୍ୟ ବିଦ୍ୟାଳୟକୁ ଏହି ରୋଷେଇ ଗୃହ ନିର୍ମାଣ ପାଇଁ ଅର୍ଥ ଅନୁଦାନ ଆସିନଥିବାରୁ ତାହା ମରାମତି ହୋଇ ପାରୁନାହିଁ। ଯାହାଦ୍ୱାରା ପାଚିକା ସହାୟିକା ମାନେ ବିଦ୍ୟାଳୟରେ ଥିବା ଭଙ୍ଗା ଦଦରା ରୋଷେଇ ଘରେ ବିପଦ ସଂକୁଳ ଅବସ୍ଥାରେ ପ୍ରତିଦିନ ରୋଷେଇ କରି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେଉଛନ୍ତି। ତେଣୁ ତୁରନ୍ତ ବିଦ୍ୟାଳୟରେ ରୋଷେଇ ଗୃହ ମରାମତି ଓ ପାଚେରୀ ନିର୍ମାଣ ପାଇଁ ଅଭିଭାବକ ଓ ଅଞ୍ଚଳବାସୀ ଦାବୀ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ