Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇଦ୍ରାବାଦ ରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଦେହ।।

କଳାହାଣ୍ଡି:୦୩/୦୮
କଳାହାଣ୍ଡି ଜିଲ୍ଲାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଥମିବାର ନା ନେଉନାହିଁ।ପ୍ରତି ମାସ ରେ କେଉଁଠି ନା କେଉଁଠି ଦାଦନ ଶ୍ରମିକଙ୍କ ମୃତ ଦେହ ଘରକୁ ଫେରିବାର ଖବର ମିଳୁଛି।ତେବେ ଶନିବାର ଜୟପାଟଣା ଥାନା ଅନ୍ତର୍ଗତ ମହିପାନୀ ଗାଁ କୁମାରପଡା କୁ ଏକ ଦାଦନ ଶ୍ରମିକଙ୍କ ମୃତ ଦେହ ସୁଦୂର ହାଇଦ୍ରାବାଦ ରୁ ଫେରିଛି।ସୂଚନା ଅନୁଯାୟୀ କୁମାରପଡା ର ପହଲ୍ଲାଦ ନାଏକ(୨୦) ଦୁଇ ମାସ ତଳେ ଗାଁ ଲୋକଙ୍କ ସହ ହାଇଦ୍ରାବାଦ କୁ ଦାଦନ ଖଟି ଯାଇଥିଲେ।ସେଠାରେ କୋଣସି ଏକ କମ୍ପାନୀ ରେ ଶ୍ରମିକ ଭାବେ କାମ କରୁଥିବା ବେଳେ କୋଣସି କାରଣରୁ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଛି।ଖବର ପାଇ ଘର ଲୋକେ ଏକ ଗାଡ଼ିରେ ହାଇଦ୍ରାବାଦ ପହଞ୍ଚି ଏକ ଆମ୍ବୁଲାନ୍ସ ଯୋଗେ ନିଜ ଖର୍ଚ୍ଚ ରେ ଘର କୁ ମୃତ ଦେହ କୁ ଆଣି ଶେଷକୃତ୍ୟ ସଂପନ୍ନ କରିଛନ୍ତି।ଗାଁ କୁ ଶନିବାର ସନ୍ଧ୍ୟାରେ ରେ ଶବ ପହଁଚିବା ପରେ ପଡାସାରା ରେ କାନ୍ଦବୋବାଳି ରେ ଫାଟି ପଡିଥିଲା।ପହଲ୍ଲାଦ ଙ୍କ ପରିବାର କହିଲେ ମା, ବାପା ଓ ସାନ ଭାଇ।ପହଲ୍ଲାଦ ଙ୍କ ପରିବାର ମାଟି ତିଆରି ସାମଗ୍ରୀ କରି ଜୀବନ ଅତିବାହିତ କରନ୍ତି।କିନ୍ତୁ ଧୀରେ ଧୀରେ ଏହାର ଚାହିଦା କମି କମି ଆସୁଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ପହଲ୍ଲାଦ କୁ ସୁଦୂର ହାଇଦ୍ରାବାଦ କୁ ଦାଦନ ଖଟି ଯିବାକୁ ପଡିଲା ବୋଲି ତାଙ୍କ ମା କହିଛନ୍ତି ।ଅନ୍ୟପକ୍ଷରେ ସେ ଯେଉଁ କମ୍ପାନୀ ରେ କାମ କରୁଥିଲେ ସେ କୋଣସି କ୍ଷତିପୂରଣ କିମ୍ବା ସହାୟତା ଦେଇନଥିବା ଜଣାପଡ଼ିଛି।ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଶୋକକୁଳ ପରିବାର କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories