Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ଼ ପଞ୍ଚାୟତ ସଭାଗୃହ ରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ,ଯୋଗଦେଲେ ବିଧାୟକ।

କଳାହାଣ୍ଡି:୦୩/୦୮
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ସଭାଗୃହ ଠାରେ ଶନିବାର ସକାଳ ୧୦ ଟା ରୁ ପଞ୍ଚାୟତ ସମିତିର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ବବିତା ପାଟ୍ଟଯୋଶୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଆଜିର ବୈଠକରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲକ ଅଂଚଳର ବିଭିନ୍ନ ପ୍ରସଙ୍ଗ ଆଲୋଚନାରେ ଭାଗ ନେଇଥିଲେ। ବୈଠକରେ ଧର୍ମଗଡ ବିଡିଓ ଶରତ ପାତ୍ର, ତହସିଲଦାର ସଞ୍ଜୟ ସାମନ୍ତରାୟ, ବ୍ଲକ ଉପାଧ୍ୟକ୍ଷା ଜୁଳି ମେହେର,କଳାହାଣ୍ଡି ଲୋକସଭା ସାଂସଦ ପ୍ରତିନିଧି ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, ଶଙ୍କର ପ୍ରସାଦ ଜୁଏଡ଼, ପ୍ରଣବ ଭାଇଁସାଲ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ବ୍ଲକ ଅଞ୍ଚଳର ମନରେଗା ଦୁର୍ନୀତି, ପାନୀୟ ଜଳ ସମସ୍ୟା,ବିଦ୍ୟୁତ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା କୃଷି ଉପରେ ବିଶଦ ଆଲୋଚନା ହୋଇଥିଲା। ଏହି ଅବସରରେ ବ୍ଲକର ୩୨୫ ଜଣ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ମଞ୍ଜୁର ହୋଇଥିବା ବେଳେ ବିଧାୟକ ଓ ଜନ ପ୍ରତିନିଧି ଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ ବିଧାୟକ ଶ୍ରୀ ପାଟଯୋଶୀ ଭତ୍ତା ବଣ୍ଟନ କରିଥିଲେ। ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମ ଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories