Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିଙ୍ଗୋପକାନ ଗାଁ ରେ ଝାଡ଼ାବାନ୍ତିରେ ୨୧ ଆକ୍ରାନ୍ତ ୫ ମୁଖ୍ୟ ଡାକ୍ତରଖାନାକୁ ରେଫର,ସ୍ଥିତି ଆୟତ୍ତ କରିଛି ସ୍ଵାସ୍ଥ୍ୟ ବିଭାଗ।

କଳାହାଣ୍ଡି:୦୫/୦୮
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଟିଙ୍ଗୋପକାନ ଗ୍ରାମରେ ଡ଼ାଇରିଆରେ ସୋମବାର ସକାଳ ସୁଦ୍ଧା ୧୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଆକ୍ରାନ୍ତ ସଂଖ୍ୟା ୨୧ କୁ ବୃଦ୍ଧି ହୋଇଛି।ସମସ୍ତ ଆକ୍ରାନ୍ତ ଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭର୍ତ୍ତି କରାଯାଇଥିଲା।ଏଥିରୁ ୫ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ମୁଖ୍ୟ ଡାକ୍ତରଖାନାକୁ ରେଫର କରାଯାଇଛି।ଅନ୍ୟ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି ।ସୂଚନା ଅନୁଯାୟୀ ରବିବାର ଦିନ ଉକ୍ତ ଗ୍ରାମରେ କିଛି ଲୋକଙ୍କୁ ଝାଡାବାନ୍ତି ହୋଇଥିଲା।କିନ୍ତୁ ସେମାନେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଔଷଧ ଖାଇ ଡାକ୍ତରଖାନାକୁ ଆସିନଥିଲେ।ଖବର ପାଇ ଜୟପାଟଣା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଡାକ୍ତର ଶୁଭ୍ରଜୀତ ବିଶ୍ୱାଳ ଉକ୍ତ ଅଞ୍ଚଳରେ ପହଂଚି ଆକ୍ରାନ୍ତ ମାନଙ୍କୁ ଡାକ୍ତରଖାନା ଆଣିବାର ବ୍ୟବସ୍ଥା କରିଥିଲେ।ସକଳୁ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ହୋଇ ସନ୍ଧ୍ୟା ବେଳକୁ ୨୧ ରେ ପହଞ୍ଚିଛି।ଟିଙ୍ଗୋପକାନ କୁ ୨୦ ଜଣିଆ ଡାକ୍ତରି ଦଳ ପହଂଚି ସାରା ଗ୍ରାମ କୁ ସେନିଟାଇଜ କରିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ କରାଯାଇଛି।ପାଣି ଓ ମଲ ର ନମୁନା ସଂଗ୍ରହ କରି ପରୀକ୍ଷାଗାର କୁ ପାଠଯାଇଥିବା ଜଣାପଡିଛି।ଉକ୍ତ ଗ୍ରାମର ଲୋକେ ନଳକୂପ ର ପାଣି ପିଉଥିବା ବେଳେ ଗାଧୋଇବା ଏକ ପୋଖରୀ ରେ କରୁଛନ୍ତି।ଉକ୍ତ ପୋଖରୀର ଲୁଗାପଟା ସଫା ଠାରୁ ଗାଈ ଗରୁ ମଧ୍ୟ ପାଣି ପାଉଛନ୍ତି ଯାହାଫଳରେ ପାଣି ଦୂଷିତ ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଛି ବୋଲି ଅନୁମାନ କରାଯାଉଛି।ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ସମସ୍ତ ଆକ୍ରାନ୍ତ ଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ବେଳେ କେତେଜଣ ଭଲ ହୋଇ ଘରକୁ ଫେରିଲେଣି ବୋଲି ଭାରପ୍ରାପ୍ତ ଡାକ୍ତର ଶ୍ରୀ ବିଶ୍ୱାଳ କହିଛନ୍ତି।ସେପଟେ ଗାଁରେ ମଧ୍ୟ ସଚେତନତା ଜାରି ରହିଛି ଓ ଆପେ ଆପେ ସ୍ଥିତି ସୁଧୁରିବାରେ ଆସୁଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories