Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଟେର ଠାରେ ଜିଲ୍ଲା କୋଶଳା ମାଳି ପଟେଲ ସମାଜ ପକ୍ଷରୁ କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ

କଳାହାଣ୍ଡି:୦୬/୦୮
କଳାହାଣ୍ଡି ଜିଲ୍ଲା କୋଶଳା ମାଳି ପଟେଲ ସମାଜ ପକ୍ଷରୁ ମଙ୍ଗଳବାର କୋକସରା ବ୍ଲକ ମୋଟେର ଧାନ ମଣ୍ଡି ପରିସରରେ କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ କୋଶଳା ମାଳି ପଟେଲ ସମାଜ ର ଆରାଧ୍ୟ ଦେବୀ କୋଶଳେଶ୍ୱରୀ ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବଡ଼ ଟେମରି କର୍ମକର୍ତ୍ତା ଙ୍କ ଆୟୋଜନ ରେ ଅନୁଷ୍ଠିତ ସାଧାରଣ ସଭା ର ସଭାପତି ଧର୍ମୁ ପଟେଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ଜିଲ୍ଲା ସଭାପତି ଘନଶ୍ୟାମ ପଟେଲ,ସମ୍ମାନିତ ଅତିଥି ଭାବେ ଚିନ୍ତାମଣି ପଟେଲ, ପୂର୍ବ ଯୋନ ସମ୍ପାଦକ ସମ୍ପତ୍ତି ପୁଟେଲ, ଯୋଗଦେଇ କୋଶଳୀ ମାଳି ପଟେଲ ସମାଜ ର ପୂର୍ବ ସଂସ୍କୃତି,ପରମ୍ପରା ର ସ୍ମୃତି କୁ ଉଜାଗର କରିବା ସହିତ ସମାଜ ହେଉଛି ବ୍ୟକ୍ତି ର ପରିଚୟ,ନିଜ ର ଜାତି ଓ ବୃତ୍ତି କୁ ନେଇ ଗୌରବ କରିବା ସହ କୌଳିକ ବୃତ୍ତି କୁ ଆଗକୁ ବଢ଼ାଇ ଯୁବପିଢ଼ି ଅଗ୍ରସର ହେବା କଥା। ଆଜି ର ସମାଜ ରେ ନାରୀ ଶିକ୍ଷା କୁ ଗୁରୁତ୍ୱ ଦେବାକୁ ମହିଳା ଙ୍କୁ ଆତ୍ମ ନିର୍ଭରଶୀଳ ହେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ରହିଛି ଏଣୁ ସମାଜ ରେ ନାରୀ ଶିକ୍ଷା ସର୍ବସ୍ୱ ବୋଳି ବିଧାୟକ ମତ ଦେଇଥିଲେ। ଏହି ଅବସର ରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ଚିନ୍ମୟୀ ପଟେଲ,ଆଶା ପଟେଲ,ହେମାଲତା ପଟେଲ ସମେତ ଦ୍ଵାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ରାଣୀ ପଟେଲ, ତେଜସ୍ୱିନୀ ପଟେଲ, ଶିବାନୀ ପଟେଲ ଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଏହି ଅବସର ରେ ନୂତନ ଭାବେ ଜିଲ୍ଲା କର୍ମକର୍ତ୍ତା ଚୟନ ହୋଇଥିବା ବେଳେ ସର୍ବ ସମ୍ମତ୍ତି କ୍ରମେ ଜିଲ୍ଲା ସଭାପତି ଭାବେ ସମ୍ପତି ପୁଟେଲ ଙ୍କୁ ମନୋନୀତ କରାଯାଇଛି।କାର୍ଯ୍ୟକ୍ରମ କୁ ଜିଲ୍ଲା ସମ୍ପାଦକ ପବିତ୍ର ପଟେଲ ମଞ୍ଚ ସଂଯୋଜନା କରିଥିଲେ। କାର୍ଯ୍ୟକାରିଣୀ ସଭା କୁ ଯୁଗ୍ମ ସମ୍ପାଦକ ଜୟହରି ପଟେଲ, କୋଷାଧ୍ୟକ୍ଷ ପ୍ରଦୀପ ପଟେଲ ବୃହସ୍ପତି ପଟେଲ, ବିନୋଦ ପଟେଲ, ଅରବିନ୍ଦ ପଟେଲ, ଡିଙ୍ଗର ପଟେଲ, ଟିକେଶ୍ୱର ପଟେଲ, କ୍ଷୀତିଶ ପଟେଲ,ଦୟାନିଧି ପଟେଲ, ବୈଷ୍ଣବ ପଟେଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories