Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜେଇ ସହ କାର, ବାଇକ, ମାଉଜର ଓ ଟଙ୍କା ଜବତ, ୭ ଅଭିଯୁକ୍ତ ଗିରଫ

କନ୍ଧମାଳ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ପୁଲିସକୁ ମିଳିଲା ଏକ ବଡ ସଫଳତା। ବଡ଼ ଧରଣର ଗଞ୍ଜେଇ ମାଫିଆମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଦୀର୍ଘ ଦିନ ହେବ ଏମାନେ ଜିଲାରେ ନିଜର ଗଞ୍ଜେଇ ସାମ୍ରାଜ୍ୟ ବିସ୍ତାର କରିବା ସହ କୋଟି କୋଟି ଟଙ୍କାର ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରୁଥିବା ଜଣାପଡିଥିଲା। ଏହାପରେ ପୁଲିସ ଏମାନଙ୍କୁ ଧରିବାକୁ ଯୋଜନା କରିଥିଲା। ସୂଚନା ଅନୁସାରେ ଗୋଛାପଡା ପୁଲିସକୁ ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଥିଲା। ଗୋଚ୍ଛାପଡ଼ା ଥାନା ଅଧିକାରୀ ଗଞ୍ଜେଇ ମାଫିଆମାନଙ୍କୁ ଧରିବା ପାଇଁ ୩ଟି ଟିମ ଗଠନ କରି ବାଲାନ୍ଦାପଡ଼ା ଫାଣ୍ଡି ଅଞ୍ଚଳ ସହ ଫିରିଙ୍ଗିଆ ବ୍ଲକ ଠାରୁ କଣ୍ଟାମାଳ ଯାଇଥିବା ଘାଟି ରାସ୍ତା ସୁଟାଣି ଘାଟିର ବିଭିନ୍ନ ସ୍ଥାନରେ ଛପି ରହିଥିଲେ। ଗଞ୍ଜେଇ ଚାଲାଣକାରୀ କେହି ନଥିବା ଭାବି ଗୋଚ୍ଛାପଡ଼ା ଥାନା ବାଳନ୍ଦାପଡ଼ା ଓ ବିଭିନ୍ନ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି କଣ୍ଟାମାଳ ଦେଇ ବାହାର ରାଜ୍ୟକୁ ଚାଲାଣ ପାଇଁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ସୁଟାଣିଘାଟି ରାସ୍ତାରେ ଅଟକାଇ ଥିଲା। ଏହି ସମୟରେ ଅଭିଯୁକ୍ତମାନେ ବାଇକ ଓ ଗଞ୍ଜେଇ ତଳେ ପକେଇ ଖସିବାକୁ ଚେଷ୍ଟା କରିଥିଲେ। ପୁଲିସ ଚତୁରତାର ସହ ୪ଜଣକୁ କାବୁ କରିବାରେ ସଫଳ ହୋଇଛି।ଏହାପରେ ଗଞ୍ଜେଇ ଚାଲାଣର ମୁଖ୍ୟ ପୁଲିସକୁ ଡକାୟତ ଭାବି ଏକ ଦାମୀ କାରରେ ଆସି ମାଉଜର ଦେଖାଇ ମାରିବାକୁ ଚେଷ୍ଟା କରିଥିଲେ। ପୁଲିସ ତାକୁ ମଧ୍ୟ କୌଶଳ କ୍ରମେ ଗିରଫ କରିବାରେ ସଫଳ ହୋଇଛି। ଘଟଣା ସ୍ଥଳରୁ ଗୋଚ୍ଛାପଡ଼ା ପୁଲିସ ୪ କୁଇଣ୍ଟାଲ ଗଞ୍ଜେଇ, ଦାମୀ କାର ସହ ୭ ଟି ବିଭିନ୍ନ କମ୍ପାନୀର ବାଇକ, ଗୋଟିଏ ମାଉଜର, ୬ ଟି ଜୀବନ୍ତ ଗୁଳି, ୪୬ ହଜାର ଟଙ୍କା, ୧୦ ଟିମୋବାଇଲ, ହକି ଷ୍ଟିକ, ୨ ଟି ବେଶ ବଲ ଷ୍ଟିକ ଜବତ କରିଥିଲା। ଘଟଣାରେ ଅନ୍ୟଜଣେ ଫେରାର ଥିବା ପୁଲିସ ସୂଚନା ଦେଇଛି। ସମସ୍ତ ୭ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ଗୋଚ୍ଛାପଡ଼ା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମାଫିଆ କୋଟି କୋଟି ଟଙ୍କାର ମାଲିକ ବୋଲି ମଧ୍ୟ ପୁଲିସ୍ ତାହାର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ