Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିଲିଗୁଡା ଓଳମା ରାସ୍ତା ପୋଲ ରେ ୫ ଫୁଟ ର ବନ୍ୟାଜଳ ପ୍ରବାହିତ, ଯାତାୟାତ ଠପ।

କଳାହାଣ୍ଡି:୦୭/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଚିଲିଗୁଡା ରୁ ଓଲମା କୁ ସଂଯୋଗ କରୁଥିବା ରାସ୍ତା ର ଗଡରାମାଲ ଓ ଓଲମା ରାସ୍ତା ର ମଝି ରେ ରହିଥିବା ପୋଲ ରେ ଗତକାଲି ଠାରୁ ଲାଗି ରହିଥିବା ମୁଷଳଧାର ବର୍ଷା କାରଣରୁ ପୋଲ ରେ ପ୍ରାୟ ୫ ଫୁଟ ଉଚ୍ଚ ର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଏହି ରାସ୍ତା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଓଲମା ଗ୍ରାମବାସୀ ମାନେ ପ୍ରାୟ ୮/୧୦ କିମି ବୁଲି ଗମ୍ଭାରୀଗୁଡା ଦେଇ ବ୍ଲକ ସଦର ମହକୁମା କୋକସରା କୁ ଯାତାୟାତ କରୁଥିବା ଅଭିଯୋଗ କରିଛନ୍ତି। ଫଳରେ ସ୍କୁଲ, କଲେଜ ଓ ବିଭିନ୍ନ କାର୍ଯ୍ୟ ନେଇ ବ୍ଲକ ସଦର ମହକୁମା କୁ ଯାଉଥିବା ଗ୍ରାମବାସୀ ମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏହି ପୋଲ ଟି ରାସ୍ତା ରୁ ଉଚ୍ଚତା ରୁ ୩/୪ ଫୁଟ ତଳେ ରହିଥିବାରୁ ପ୍ରତିବର୍ଷ ବର୍ଷା ଦିନ ରେ ଏହିଭଳି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଓଲମା ଗ୍ରାମବାସୀ। ଗତକିଛି ବର୍ଷ ତଳେ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ସମୟରେ ଏହି ପୋଲ କୁ ଉଚ୍ଚ କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ ତେବେ ଗ୍ରାମବାସୀ ଙ୍କ ଦାବି କୁ ଅଣଦେଖା କରି ରାସ୍ତା ନିର୍ମାଣ କରାଯାଇଥିଲା। ତେଣୁ ବର୍ଷା ଦିନ ଆସିଲେ ଏମିତି ହଇରାଣ ହେଉଛନ୍ତି ଓଲମା ଗ୍ରାମବାସୀ। ଗ୍ରାମ୍ୟ ଉନ୍ନୟନ ବିଭାଗ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ନଚେତ ଆଗମୀ ଦିନ ରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଓଲମା ଗ୍ରାମବାସୀ।