Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିଟିଲାଗଡ଼ : ଉଛେଦ କୁ ନେଇ ପ୍ରତିବାଦ. ଥଇଥାନ ଦାବୀ.

ଟିଟିଲାଗଡ଼.. ଟିଟିଲାଗଡ଼ ସହର ହାଟପଦା ପଡ଼ା ନିକଟରେ ଥିବା ଟାଙ୍ଗର ପଡା ବାସୀ ଙ୍କୁ ଆଗାମୀ 48 ଘଣ୍ଟା ମଧ୍ୟରେ ଘର ତଥା ଜମି ଖାଲି କରିବାକୁ ଟିଟିଲାଗଡ଼ ପୌତପରିଷଦ ନିର୍ଦେଶ ଦେବା ପରେ ଟାଙ୍ଗର ଉପରେ ବାସ ଗୃହ କରି ବସବାସ କରିଆସୁଥିବା ଭୂମିହୀନ ମାନଙ୍କ ଉପରେ ଚଡକ ପଡିଛି. କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ବସ୍ତି ବାସିନ୍ଦା କୁ ଉଚ୍ଛେଦ କରାଯାଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ପୁଣି ଉକ୍ତ ଅଞ୍ଚଳ ଜଗୁଆ ଗ୍ରାମ ପଂଚାୟତ ଅଧୀନରେ ଆସୁଥିବା ବେଳେ ଟିଟିଲାଗଡ଼ ପୌତପରିଷଦ କିଭଳି ନୋଟିସ ଜାରି କଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି l ଏନେଇ ଟିଟିଲାଗଡ଼ ଗରିବ ସେନା ତରଫରୁ ଉଚ୍ଛେଦ କୁ ତୀବ୍ର ପ୍ରତିବାଦ କରିବା ସହ ପ୍ରଥମେ ଗରିବ ଭୂମିହୀନ ମାନଙ୍କୁ ଥଇଥାନ କରନ୍ତୁ ଏବଂ ପରେ ଉଚ୍ଛେଦ କରନ୍ତୁ ବୋଳି ଦାବୀ କରିଛି l ଏବେ ଟିଟିଲାଗଡ଼ ଅଞ୍ଚଳ ରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ଗରିବ ଲୋକ ମାନଙ୍କୁ ଉଛେଦ କରାଗଲେ କୁନି କୁନି ଛୋଟ ଛୋଟ ପିଲାମାନଙ୍କ ସହ ମହିଳା ପୁରୁଷ ସମସ୍ତେ ପ୍ରଚଣ୍ଡ ତାତିରେ ରହିବା ସାର ହେବା ସହ କୌଣସି ଘଟଣା ବା ଦୁର୍ଘଟଣା ଘଟିଲେ ପ୍ରଶାସନ ଦାୟୀ ରହିବ ବୋଳି କହିଛି l ଏନେଇ ଟିଟିଲାଗଡ଼ ତହସିଲଦାର ଡ଼ଃ ଲଳିତ ବାଗ ଙ୍କୁ ରାଜ୍ୟସରକାର ଙ୍କ ଉଦ୍ଦେଶ୍ୟ ରେ ଏକଦାବୀ ପତ୍ର ପ୍ରଦାନ କରିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ