Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର:କ୍ରସର୍ ହାଇୱା ଧକ୍କାରେ ଜଣେ ଗୁରୁତର ; କ୍ଷତିପୂରଣ ଦାବିରେ କ୍ରସର ଗେଟ୍‌ରେ ତାଲା ପକାଇଲେ ଗ୍ରାମବାସୀ ।

ବଲାଙ୍ଗୀର,୨୫।୧୦: ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ଭାଲେର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ହାଇୱା ଧକ୍କାରେ ଜଣେ ଗରିବ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ଗ୍ରାମବାସୀ କ୍ରସର ଗେଟ୍‌ରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସଦାଶିବ ପଟେଲ ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଅଶୋକ ଲେଲାଣ୍ଡ ହାଇୱା (ନମ୍ବର OD03A G1342) ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସଦାଶିବଙ୍କ ଗୋଡ଼ ଭାଙ୍ଗିଯାଇଥିବାବେଳେ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ଦୁର୍ଘଟଣା ଘଟିବା ପରେ ମଧ୍ୟ କ୍ରସର ମାଲିକ ଗଜାନନ ଅଗ୍ରୱାଲ କିମ୍ବା ପରିଚାଳନା କର୍ତ୍ତୃପକ୍ଷ ଆହତଙ୍କ ଚିକିତ୍ସା ଓ ପରିବାରର ସହାୟତା ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ଏପରିକି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଏକାଠି ହୋଇ କ୍ରସର କାର୍ଯ୍ୟ ବନ୍ଦ କରିବା ସହ ଗେଟ୍‌ରେ ତାଲା ପକାଇ ଦେଇଛନ୍ତି।
ଆହତ ସଦାଶିବ ପଟେଲଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ କ୍ରସର ମାଲିକ ବହନ କରିବାକୁ ହେବ। ଗରିବ ପରିବାରର ଦୁଃସ୍ଥିତିକୁ ଦୃଷ୍ଟିରେ ରଖି ପରିବାରର ଜୀବନଜୀବିକା ଓ ଛୋଟ ପିଲାମାନଙ୍କ ଭବିଷ୍ୟତ ପାଇଁ ଯଥାଯଥ କ୍ଷତିପୂରଣ ଦିଆଯିବା ଦରକାର।
ଯେ ପର୍ଯ୍ୟନ୍ତ ପରିବାରକୁ ନ୍ୟାୟ ଏବଂ ସମ୍ପୂର୍ଣ୍ଣ ସହଯୋଗ ମିଳିନାହିଁ, ସେପର୍ଯ୍ୟନ୍ତ କ୍ରସର ଗେଟ୍ ଖୋଲାଯିବ ନାହିଁ ବୋଲି ଗ୍ରାମବାସୀ ସ୍ପଷ୍ଟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories