ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଖୋଲିବାକୁ ଦାବୀ


ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତ ର ବିଲାବାଡି ଠାରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଦୀର୍ଘ ବର୍ଷ ହେବ ବନ୍ଦ ରହିଛି । ଗ୍ରାମବାସୀ ଅଭିଯୋଗ ମୁତାବକ ବିଲାବାଡି ଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତଥା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ବନ୍ଦ ରହିଥିବା ରୁ ଅଞ୍ଚଳ ବାସୀ ବହୁତ ଅସୁବିଧା ସମୁଖୀନ ହେଉଥିବା କହିଛନ୍ତି । ଅନ୍ୟ ପଟେ ସରକାର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ବର୍ଷ ବର୍ଷ ଧରି ଚିକିତ୍ସାଳୟ ବନ୍ଦ ଥିଲେ ମଧ୍ୟ ବିଭାଗୀୟ ଚୁପ ରହିଛି । ଯାହାକୁ ନେଇ ବିଲାବାଡି ଗ୍ରାମର ଶତାଧିକ ମହିଳା ମାନେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ରେ ଉପସ୍ଥିତ ରହି ବନ୍ଦ ଥିବା ଚିକିତ୍ସାଳୟ କୁ ତୁରନ୍ତ ଖୋଲିବା ନିମନ୍ତେ ସରକାରଙ୍କୁ ଦାବି କରିଛନ୍ତି ।